www.samajalive.in
Saturday, December 13, 2025
18.1 C
Bhubaneswar

ତିଗିରିଆ ଓ ଆଠଗଡ ପୁଲିସର ତନାଘନା, ଘଟଣା ସ୍ଥଳରେ ଉଚ୍ଚ ପୁଲିସ ଅଧିକାରଙ୍କ ତଦନ୍ତ 

ତିଗିରିଆ :  ତିଗିରିଆ ଥାନା ଅନ୍ତର୍ଗତ ନୂଆସଡ଼କ – ଗୋଡ଼ିଝରିଆ ରାସ୍ତାର ଜଙ୍ଗଲ ନିକଟବର୍ତ୍ତୀ ରାଇସ୍ ମିଲ ନିକଟରେ  ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଏକ ଏଟିଏମ୍ ଟଙ୍କା ଗାଡ଼ିରୁ  ୧.୬୭ ଲକ୍ଷ ଟଙ୍କା ଲୁଟ ହୋଇଛି।  ସିକ୍ୟୁଓର ଭାଲ୍ୟୁ ସଂସ୍ଥାର ଏଟିଏମ୍ ଟଙ୍କା ଗାଡ଼ି ବିଭିନ୍ନ ଏଟିଏମ୍ ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଏହି ଗାଡ଼ିକୁ  ୮-୧୦ ଜଣ ଦୁର୍ବୃତ୍ତ କଳା ମୁଖା ପିନ୍ଧି ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଟଙ୍କା ଗାଡ଼ିରେ ଥିବା କର୍ମଚାରୀଙ୍କୁ ଭୟଭୀତ କରି ଟଙ୍କା ବାକ୍ସକୁ ଲୁଟି ନେଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ଗୋଟିଏ ସ୍କୁଟି, ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କର୍ପିଓ ଗାଡ଼ିରେ ଆସିଥିଲେ ବୋଲି ସୂଚନା ମିଳିଛି। ସେମାନେ ପ୍ରଥମେ ସ୍କର୍ପିଓ ଗାଡ଼ି ଦ୍ବାରା ରାସ୍ତା ଉପରେ ଏଟିଏମ୍ ଟଙ୍କା ଗାଡ଼ିକୁ  ଛକିବା ପରେ ବନ୍ଧୁକ ଦେଖାଇ ଟଙ୍କା ଲୁଟ କରିଥିଲେ ବୋଲି ପୁଲିସ ପ୍ରାଥମିକ ଭାବେ ସୂଚନା ଦେଇଛି। ଏହି ଟଙ୍କା ଗାଡ଼ିରେ ଗାଡ଼ି ଚାଳକ, ଗନ୍ ମ୍ୟାନ ସୁରକ୍ଷାକର୍ମୀ ଏବଂ ଦୁଇଜଣ ଲୋଡର କର୍ମଚାରୀ ଥିଲେ।
ଦୁର୍ବୃତ୍ତମାନେ ପ୍ରଥମେ ବାଇକ ଓ ସ୍କୁଟିରେ ଆସି ଏଟିଏମ୍ ଗାଡିକୁ ଟେକା ଫୋଫାଡିଥିଲା ବେଳେ ସ୍କର୍ପିଓ ଗାଡିକୁ ରାସ୍ତା ଉପରେ ରଖି ଗାଡିକୁ ଅଟକାଇ ଥିଲେ। ସ୍କର୍ପିଓ ଗାଡିଟି ଆଗରୁ ରାଇସ ମିଲକୁ ଯିବା ରାସ୍ତାରେ ଠିଆ ହୋଇ ଥିଲା ବୋଲି ଏଟିଏମ୍ ଗାଡିର କର୍ମଚାରୀମାନେ କହିଛନ୍ତି। ଏଟିଏମ ଗାଡି ରହିଲା ପରେ ଦୁର୍ବୃତ୍ତ ମାନେ ପ୍ରଥମେ ଡ୍ରାଇଭର ଓ ଗନ ମ୍ୟାନଙ୍କୁ ବନ୍ଧୁକ ଦେଖାଇ ଗନମ୍ୟାନର ବନ୍ଧୁକକୁ ଛଡ଼ାଇ ନେଇ ଜଙ୍ଗଲରେ ଫୋପାଡି ଦେଇଥିଲେ ଏବଂ ଟଙ୍କା ଭର୍ତ୍ତି କରୁଥିବା କର୍ମଚାରୀମାନଙ୍କ ଠାରୁ ଟଙ୍କା ବାକ୍ସ ଧରି ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ଦୁର୍ବୃତ୍ତ ମାନେ ନୂଆ ସଡକ ଛକ ଆଡ଼େ ଆସିଥିବାର କର୍ମଚାରୀ ମାନେ ସୁଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ଆଜି ୧୩ ଗୋଟି ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଟଙ୍କା ଆଣିଥିବା ବେଳେ ମାତ୍ର ୪ଟି ଏଟିଏମରେ ଟଙ୍କା ଭର୍ତ୍ତି କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ତିଗିରିଆ ଓ ଆଠଗଡ ପୁଲିସ ପହଞ୍ଚି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତନାଘନା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତିଗିରିଆ ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲଙ୍କ ସହିତ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏଟିଏମ୍ ଗାଡିର ସମସ୍ତ କର୍ମଚାରୀମାନଙ୍କୁ ତିଗିରିଆ ଥାନାକୁ ଆଣି ପଚାର ଉଚରା ଜାରି ରଖିଛନ୍ତି l ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୩ଟି ସ୍ବତନ୍ତ୍ର ପୁଲିସ ଦଳ ଗଠନ କରାଯାଇଥିବା ଏସପି କହିଛନ୍ତି।
ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୫୩ ହଜାର ଟଙ୍କା ଲୁଟ ଅଭିଯୋଗ
ଗୋଟିଏ ଦିନରେ ତିଗିରିଆ ଥାନା ଅଞ୍ଚଳରେ ଦୁଇ ଦୁଇଟି ଲୁଟ। ପ୍ରଥମ ଘଟଣାରେ ଏଟିଏମ ଟଙ୍କା ଗାଡିରୁ ଏକ କୋଟି ଶତସଠି ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୫୩ ହଜାର ଟଙ୍କା ଲୁଟ ହୋଇଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ଯେ ତିଗିରିଆ ଥାନା ଅନ୍ତର୍ଗତ ସୋମପଡା ଠାରେ ଡିଭିଏଆରଏ କେଜିଏଫ୍ଏସ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୫୩ ହଜାରରୁ ଅଧିକ ଟଙ୍କା ଲୁଟ ହୋଇଛି। ଗ୍ରାମରୁ କମ୍ପାନୀର ୩ ଜଣ କର୍ମଚାରୀ ଟଙ୍କା ଆଦାୟ କରି ଫେରୁଥିବା ବେଳେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ କଳା ପଲସାର ବାଇକରେ ଆସି କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫୩ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ତେବେ ଏନେଇ ଫାଇନାନ୍ସ କର୍ମଚାରୀ ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories