www.samajalive.in
Sunday, December 14, 2025
16.1 C
Bhubaneswar

ଶ୍ୟାମାକାଳୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ୫୩ନଂ ଜାତୀୟ ରାଜପଥ କଡ଼ରେ ରହିଥିବା କେନାଲ ବିଭାଗ ପରିସରରେ ରହିଛି ମାଁ ଶ୍ୟାମାକାଳୀଙ୍କ ମନ୍ଦିର। ପ୍ରତିବର୍ଷ ପରି ଚଳିତ ବର୍ଷ ୬୪ତମ ଶ୍ୟାମାକାଳୀ ପୂଜା ପାଇଁ ଦୁଇ ମାସ ପୂର୍ବରୁ ତିନି ଖଣ୍ଡ ଗାଆଁକୁ ନେଇ ପ୍ରସ୍ତୁତି ହୋଇ ଆଜି ଦ୍ବାଦଶୀ ତିଥିରେ ଘଣ୍ଟ ବାଦ୍ୟ, ଦୁଲୁଦୁଲି, ଘୁମୁରା ବାଦ୍ୟର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ମୁଖ୍ୟ କେନାଲକୁ ପହଞ୍ଚିଥିଲା। ପଣ୍ଡିତ ଅଚ୍ୟୁତାନନ୍ଦ ଶତପଥୀ ଓ ୪ଜଣ ସାଥୀଙ୍କ ବେଦ ପଠନ ପୂର୍ବକ କର୍ତ୍ତା ଦିବ୍ୟକିଶୋର କାଉଁର ଓ ଧର୍ମପତ୍ନୀ ଗୀତାଞ୍ଜଳି କାଉଁରଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା। ଶତାଧିକ ମହିଳା ଭକ୍ତଙ୍କ ଦ୍ବାରା ପୂର୍ଣ୍ଣକୁମ୍ଭ କଳସ ମୁଣ୍ଡାଇ ମୁଣ୍ମୟୀ ଦେବୀଙ୍କ ପୀଠ ସମୀପରେ ସ୍ଥାପନ କରି ଆରତୀ ଓ ପୁଷ୍ପାଞ୍ଜଳି ହୋଇଥିଲା।

ଏହି ଅବସରରେ ଗାୟକ ସୈରେନ୍ଦ୍ରି ଜାଲ, ଅଞ୍ଜନା ଦେହେରୀ, ରୂପାଲୀ ପାଣ୍ଡେ, ଚନ୍ଦନ ମାହାର, ଜୟନ୍ତ ନନ୍ଦ, ରଘୁନାଥ ବଘାର ଓ ବାୟକ ବିଶ୍ବାମିତ୍ର ପାଣ୍ଡେଙ୍କ ଦ୍ବାରା ସଂକୀର୍ତ୍ତନ, ମୋନାଲୀ ମହାପାତ୍ରଙ୍କ ଦ୍ବାରା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories