www.samajalive.in
Sunday, December 14, 2025
26.1 C
Bhubaneswar

ଏକାମ୍ର କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ବ୍ୟୟ ଅଟକଳ ୫କୋଟି

ଭୁବନେଶ୍ବର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଥରୋଡ ଉନ୍ନତି କରଣ ପାଇଁ ମାଉସୀମା ଛକ ଠାରୁ ବଢେଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୪.୫ କୋଟି ଟଙ୍କା ମଞ୍ଜୁର ହୋଇଥିବା କାର୍ଯ୍ୟକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ଏହାପରେ ଗଡ ମହାବୀର ରାସ୍ତାର ଏକ କଲଭର୍ଟ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶିଶୁପାଳ ଗଡ ମୁଖ୍ୟ ରାସ୍ତା ଓ ନାଳ ପାଇଁ ୬୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ। ଶେଷରେ ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ଡୁମୁଡୁମା ନୂଆ ସାହି କୋଠ ଘରକୁ ମଧ୍ୟ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଶିବ ପ୍ରସାଦ ବେହେରା, ନୃପେଶ ନାୟକ, ଜିଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସରପଞ୍ଚ ରଶ୍ମି ରଞ୍ଜନ ଶ୍ରୀଚନ୍ଦନ, କ୍ଷୀରୋଦ ପ୍ରଧାନ, ସମିତି ସଭ୍ୟ ବିନୋଦ ରାଉତରାୟ,ପ୍ରକାଶ ସାହୁ,ବିଧାୟକ ପ୍ରତିନିଧି ଦାଶରଥି ଗରାବଡୁ, ମନୋରଞ୍ଜନ ମହାନ୍ତି, ଦିଲ୍ଲୀପ ଜେନା, କୃଷ୍ଣ ଚନ୍ଦ୍ର ନାୟକ, ଶିବପ୍ରସାଦ ମହାପାତ୍ର, ନଳିନୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories