www.samajalive.in
Saturday, December 13, 2025
26.1 C
Bhubaneswar

ମାଓବାଦୀ ଓ ଧଳ ବ୍ରଦର୍ସଙ୍କ ନାମରେ ସରପଞ୍ଚଙ୍କୁ ବଟି ମାଗୁଥିବା ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କୁ ବିିଭିନ୍ନ ସମୟରେ ମାଓବାଦୀ ନାମରେ ଫୋନରେ ଧମକ ଦେଇ ବଟି ଆଦାୟ କରୁଥିବା ଜଣେ ଅଭିଯୁକ୍ତ ଓ ତାର ସହଯୋଗୀକୁ ପୁଲିସ ଗିରଫ କରିଛି। କଟକ ଚାଉଳିଆଗଞ୍ଜ ପୁଲିସ ଧଳ ବ୍ରଦର୍ସ ନାମରେ ସମ୍ପୃକ୍ତ ଅଭିଯୁକ୍ତ ଜଣେ ବ୍ୟବସାୟୀଙ୍କୁ ବଟି ମାଗୁଥିବା ଅଭିଯୋଗରେ କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନରୁ ଗିରଫ କରିଛି। ତେବେ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କଟକ ଯାଇ ଅଭିଯୁକ୍ତ ଜଣକୁ ଚିହ୍ନଟ କରିଛନ୍ତି ଓ ଏହି ଘଟଣା କନ୍ଧମାଳ ଜିଲାରେ ଆଲୋଚ୍ୟର ବିଷୟ ହୋଇଛି।

ଫିରିଙ୍ଗିଆ ପୁଲିସ ପକ୍ଷରୁ କୁହାଯାଇଛି ଯେ ଗିରଫ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ବ୍ଲକରେ କାର୍ୟ୍ୟରତ କିଛି ସରପଞ୍ଚଙ୍କୁ ମାଓ ସଂଗଠନ ନାମରେ ବଟି ମାଗୁଥିଲା। ସେ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ସରପଞ୍ଚ ପାର୍ବତୀ ମଲିକଙ୍କୁ ଫୋନରେ ବଟି ମାଗିଥିବାବେଳେ ପରବର୍ତ୍ତି ସମୟରେ ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର, ଡିଣ୍ଡିରାଗାଁ ସରପଞ୍ଚ ରଞ୍ଜିତା ମଲ୍ଲିକ ଓ ଗୋଛାପଡା ଥାନା ଶଲାଗୁଡା ସରପଞ୍ଚ ରୋହିତ କହଁରଙ୍କୁ ଫୋନରେ ବଟି ମାଗିଥିଲା। ଏହି ସରପଞ୍ଚମାନେ ଫିରିଙ୍ଗିଆ ଥାନା ଓ ଗୋଛାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସରପଞ୍ଚମାନଙ୍କ ଅଭିଯୋଗ ଆଧାରରେ କନ୍ଧମାଳ ଏସପି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନକୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଫିରିଙ୍ଗିଆ ଥାନା ଅଧିକାରୀ ଅଭିଯୁକ୍ତର ମୋବାଇଲକୁ ଟ୍ରାକ କରି କଳାହାଣ୍ଡି, ବରଗଡ଼, ସମ୍ବଲପୁର ଜିଲାର ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲେ। ତେବେ ଅଭିଯୁକ୍ତ ଜଣକ ପୁଲିସକୁ ଚକମା ଦେଇ ବାରମ୍ବାର ଖସି ଯାଉଥିଲା। ଅଭିଯୁକ୍ତ ଜଣକ କଟକ ସହରର ଏକ ବ୍ୟବସାୟୀଙ୍କ ପତ୍ନୀଙ୍କୁ ଧଳ ବ୍ରଦର୍ସ ନାମରେ ବଟି ମାଗୁଥିଲା।

- Advertisement -

ଏହି ଘଟଣାକୁ ନେଇ ବ୍ୟବସାୟୀ ଜଣକ କଟକ ଜିଲା ଚାଉଳିଆଗଞ୍ଜ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ବ୍ୟବସାୟୀଙ୍କ ଅଭିଯୋଗ ଆଧାର ରେ ଚାଉଳିଆ ଗଞ୍ଜ ପୋଲିସ ଅଭିଯୁକ୍ତକୁ କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଗିରଫ କରିଥିଲେ। ସେହିପରି ଅଭିଯୁକ୍ତ ଫୋନରେ ଧମକ ଚମକ ଦେଇ ବିଭିନ୍ନ ଲୋକଙ୍କୁ ବଟି ଆଦାୟ ଅଭିଯୋଗରେ କଟକ, ଢେଙ୍କାନାଳ, କେନ୍ଦ୍ରାପଡା, ବରଗଡ଼, ସମ୍ୱଲପୁର ଭଳି ଅନେକ ଥାନାରେ ଅଭିଯୁକ୍ତର ନାମରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିବା ପୁଲିସର ତଦନ୍ତ ରୁ ଜଣାପଡ଼ିଥିବା ବେଳେ ଅନୁରୂପ ଭାବରେ ଫିରିଙ୍ଗିଆ ଥାନାରେ ମଧ୍ୟ୍ୟ ଅଭିଯୁକ୍ତ ନାମରେ ତିନୋଟି ମାମଲା ରୁଜୁ ହୋଇଥିଲା ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories