www.samajalive.in
Saturday, December 13, 2025
26.1 C
Bhubaneswar

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ବନ୍ଦ ଡାକରା ପ୍ରଭାବ: ଦୋକାନ ବଜାର ବନ୍ଦ, ରାସ୍ତା ଜନଶୂନ୍ୟ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲାକୁ ରେଳ ପଥ ସଂଯୋଗକୁ ନେଇ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ବିକାଶ ପରିଷଦର ବନ୍ଦ ଡାକରାରେ ସାରା ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଛି। ଫିରିଙ୍ଗିଆ ବ୍ଲକ ଛକ ଓ ଗୋଛାପଡା ଛକରେ ମଧ୍ୟ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡ଼ିଛି। ଫିରିଙ୍ଗିଆ ବ୍ଲକ ଛକରେ କନ୍ଧମାଳ ବିକାଶ ପରିଷଦର ସଦସ୍ୟମାନେ ସକାଳ ୬ଟାରୁ ଉପସ୍ଥିତ ରହି ରାସ୍ତା ଅବରୋଧ କରିବା ସହ ରାସ୍ତାରେ ବ୍ୟାନର ଟାଙ୍ଗୀ ପ୍ରତିବାଦ କରିଥିଲେ। ଯାହାକୁ ନେଇ ଉଭୟ ପଟେ ବହୁ ଗାଡ଼ି ଅଟକି ରହିବା ସହ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ରହିଥିଲା। କେବଳ ଜରୁରୀ ସେବା ଆମ୍ବୁଲାନ୍ସ, କ୍ଷୀର ଗାଡି ଭଳି କିଛି ଯାନ ଛାଡିଥିବା ବେଳେ ଫିରିଙ୍ଗିଆ ବଜାରର ଦୋକାନ ବଜାର ହୋଟେଲ ଏମିତି କି କିଛି ବିଦ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ତେବେ ଏହି ବନ୍ଦର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବ ପଡ଼ିଥିବା ବେଳେ ଫିରିଙ୍ଗିଆରେ କନ୍ଧମାଳ ବିକାଶ ପରିଷଦର ସମ୍ପାଦକ ରଘୁପତି କହଁର, ଅକ୍ଷୟ କଟା, ଶମ୍ଭୁ ଦିଗାଲ, ଦିଲୀପ ମଲିକ, ଗୋଲକ ପ୍ରଧାନ, ପ୍ରଶାନ୍ତ କହଁର, ସୁଶୀଳ କହଁରଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ବନ୍ଦ ସଫଳ କରିଥିଲେ। ଅନ୍ୟପଟେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୁରକ୍ଷା ଓ ଅପ୍ରୀତିକର ପରିସ୍ଥିତି ନ ହେବା ପାଇଁ ବ୍ଲକ ଛକ ସହ ବିଭିନ୍ନ ଛକମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ପୁଲିସ ଓ ଯବାନଙ୍କୁ ନିୟୋଜିତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories