www.samajalive.in
Sunday, December 14, 2025
23.1 C
Bhubaneswar

ଆଦିବାସୀ ପଲ୍ଲୀରେ ଆଉ ଶୁଭୁନି ‘ଧୁଣ୍ଡୁଣୀ’ର ସ୍ୱର

ଲକ୍ଷ୍ମୀପୁର: ସନ୍ଧ୍ୟା ନଇଁବା ପରେ ଆଦିମ ପଲ୍ଲୀରୁ ଧୁଣ୍ଡୁଣୀ ମାଧ୍ୟମରେ ଭାସି ଆସୁଥିଲା ଉଭୟେ ତରୁଣ ତରୁଣୀଙ୍କ ସୁଲଳିତ କଣ୍ଠସ୍ୱରର ମଧୁର ମୁର୍ଚ୍ଛନା। ତେବେ କୋରାପୁଟ ଜିଲା ଆଦିବାସୀ ପଲ୍ଲୀରେ ଆଗପରି ଆଉ ଶୁଭୁନାହିଁ ତା’ର ମଧୁର ଧ୍ୱନୀ। ଅବିଭକ୍ତ କୋରାପୁଟ ଜିଲାର ଲକ୍ଷ୍ମୀପୁର ସମେତ କାଶୀପୁର, ଦଶମନ୍ତପୁର ଆଦି ବିଭିନ୍ନ ବ୍ଲକର ଅଦିବାସୀ ପଲ୍ଲୀମାନଙ୍କରେ ସଞ୍ଜ ନଇଁଲା ପରେ ଧୁଣ୍ଡୁଣୀର ଜମି ଯାଏ ଆସର। ଗୋଟିଏ ଗ୍ରାମର ପୁଅମାନେ ଏକାଠି ହୋଇ ଆଉ ଗୋଟିଏ ଗ୍ରାମକୁ ଯାଇଥା’ନ୍ତି। ସେହି ଗ୍ରାମର ଏକ ନିର୍ଦ୍ଦିଷ୍ଟ କୋଠରୀରେ ଧାଙ୍ଗିଡ଼ି(ଝିଅ) ଓ ଧାଙ୍ଗଡ଼(ପୁଅ)ଙ୍କ ମଧ୍ୟରେ ଦୁଇ ଦଳରେ ବିଭକ୍ତ ହୋଇ ଆରମ୍ଭ ହେଉଥିଲା କୁଇ ଭାଷାରେ ଧୁଣ୍ଡୁଣୀ ଗୀତର ପ୍ରତିଯୋଗିତା। ବିଶେଷ କରି ଶୀତ ଦିନେ ଜଣେ ଜଣେ ଗୋଟିଏ ଉହ୍ମେଇ ପାଖରେ ବଶି ଏପରିକି କାଠ ଗଣ୍ଡି ଜଳାଇ ନିଆଁ ପୁହିଁବା ସହିତ ଚାଲିଥାଏ ଗୀତର ପ୍ରିତିଯୋଗିତା। ପ୍ରାୟ ରାତି ତମାମ୍‌‌ ଏହିପରି ଆସର ମାସମାସ ଧରି ପ୍ରତିଦିନ ଜମିଥାଏ। ସଞ୍ଜ ନଇଁଲେ ଖିଆପିଆ ସାରି ଦେଇ ଗାଁରୁ ପୁଅମାନେ ବାହାରି ପଡ଼ନ୍ତି ଆଉଗୋଟିଏ ଗାଁ’କୁ। ପାହାନ୍ତିଆକୁ ପୁଣି ଫେରିଥା’ନ୍ତି ନିଜନିଜ ଘରକୁ। ଏପରିକି ଏହି ସମୟରେ ଗୀତ ମାଧ୍ୟମରେ ଥଟ୍ଟାମଜ୍ଜା କରି ଗାଇଥା’ନ୍ତି। ଖାଲି ସେତିକି ନୁହେଁ ପୂର୍ବେ ଆଦିବାସୀ ଯୁବତୀମାନେ ପିକା ଟାଣୁଥିଲେ, ଯାହା ପ୍ରତି ଗୋଟିଏ ଝିଅ ଆକୃଷ୍ଟ ହେଉଥିଲା ତା’ ଗାଲରେ ନିଆଁ ଚେଙ୍କ ଲଗାଇ ଦେଉଥିଲେ। ଖାଲି ସେତିକି ନୁହଁ ଗୋଟିଏ ଯୁବକ କିମ୍ବା ଗୋଟିଏ ଯୁବତୀ ପ୍ରତି ଆକୃଷ୍ଟ ହେବା ପରେ ବିବାହ ପାଇଁ ମଧ୍ୟ ଏଠାରେ ଗୋଟିଏ ଯୁବକ ଅନ୍ୟ ଜଣେ ଯୁବତୀ ସହିତ ମନ ଦିଆନିଆ ହେବା ସହିତ ପ୍ରସ୍ଥାବ ପଡ଼ି ବିବାହ ହେଉଥିଲା। ଆଦିମ କାଳରୁ ଚାଲିଆସିଥିଲା ଏହି ପରମ୍ପରା। ଏଥିସହିତ ଏହାରି ମାଧ୍ୟମରେ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗାଁ’କୁ ଯୋଡ଼ି ହୋଇପାରୁଥିଲା ସମ୍ପର୍କ। ତେବେ ସମୟ କ୍ରମେ ଟିଭି ଓ ମୋବାଇଲ୍‌‌ ଯୁଗ ହେବା କାରଣରୁ ଧୁଣ୍ଡୁଣୀର ଧ୍ୱନୀ ଆଉ ଆଗପରି ଶୁଣିବାକୁ ମିଳୁନି ଆଦିବାସୀ ପଲ୍ଲୀରୁ। ଯୁବକମାନେ ମୋବାଇଲ ଫୋନରେ ଗୀତ ଲୋଡ୍‌‌ କରି ଶୁଣୁଥିବା ସହିତ ଘରେ ଘରେ ଏପରିକି ପର୍ବପର୍ବାଣୀ ସମୟରେ ଭିଡ଼ିଓ ଚଳାଇ ଏବଂ ସାଉଣ୍ଡ ଷବ୍ଦରେ ଏହା ପାଳନ କରୁଛନ୍ତି। ଆଦିବାସୀ ପଲ୍ଲୀରେ ଧୁଣ୍ଡୁଣୀର ପ୍ରଥା ପ୍ରଚଳିତ ଥିଲା ତାହା କ୍ରମେ ବିଲୋପ ପାଇବାରେ ଲାଗିଛି। ଖାଲି ଧୁଣ୍ଡୁଣୀ ନୁହେଁ ଆଗପର ଢ଼େମଶା ନୃତ୍ୟ ମଧ୍ୟ ଯେପରି ଥିଲା କ୍ରମେ ତାହା ହ୍ରାସ ପାଉଥିବା କାରଣରୁ ଆଦିମ ଅଧିବାସୀ ମହଲରେ ଏନେଇ ଚିନ୍ତା ପ୍ରକଟ କରାଯାଉଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories