www.samajalive.in
Saturday, December 6, 2025
19.1 C
Bhubaneswar

ଦୀପାବଳିରେ ସରଳ ଉପାୟ: ଦୂର ହେବ ଟଙ୍କାର ଅଭାବ

ଦୀପାବଳିରେ ଏହି ସରଳ ଉପାୟ ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଧନ ଜନିତ ସମସ୍ୟା ଦୂର ହେବ। ଘରେ ସର୍ବଦା ସୁଖସମୃଦ୍ଧି ଓ ବୈଭବରେ ପୂରି ରହିବ। ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ। ଘରକୁ ନୂଆ ଝାଡୁ ମଧ୍ୟ କିଣା ହୋଇ ଅଣାଯାଏ। ଜାଣନ୍ତୁ ଏଭଳି ଆଉ କିଛି ଉପାୟ ବିଷୟରେ..
ଚାନ୍ଦି ହାତୀ – ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ହାତୀ ଖୁବ ପ୍ରିୟ। ଏହିଦିନ ଘରକୁ ଚାନ୍ଦି କିମ୍ବା ସୁନାରେ ନିର୍ମିତ ଏକ ହାତୀ ଆଣନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ।
କଉଡି – ହଳଦିଆ ରଙ୍ଗର କଉଡି ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। କିଛି ଧଳା ରଙ୍ଗର କଉଡିକୁ ହଳଦିଆ କିମ୍ବା କେସର ପାଣିରେ ବତୁରାଇ ତାହାକୁ ଲାଲ କପଡାରେ ବାନ୍ଧି ଘରେ ଥିବା ଆଲମିରାରେ ରଖନ୍ତୁ।
ଚାନ୍ଦିର ଏକ ଘଡ଼ି – ଏକ ଚାନ୍ଦିର ଘଡ଼ି କିଣି ଆଣନ୍ତୁ। ଯେଉଁଥିରେ ୧୦ରୁ ୧୨ଟି ଚାନ୍ଦି, ତମ୍ବା, ପିତ୍ତଳ କିମ୍ବା କଂସାର ଟଙ୍କା ରଖିପାରିବେ। ଏହାକୁ ଘରର ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ମଙ୍ଗଳ କଳସ –
ଏକ କଂସା କିମ୍ବା ତମ୍ବାର ପାତ୍ରରେ ଜଳ ଭର୍ତ୍ତି କରି କିଛି ଆମ୍ବପତ୍ର ରଖି ଏହା ଉପରେ ଏକ ନଡିଆ ରଖନ୍ତୁ । କଳସରେ ରେଶମୀ ସୂତା, ସ୍ୱସ୍ତିଷ୍କ ଚିହ୍ନ କରି ପୂଜା କରନ୍ତୁ।
ସାତମୁଖୀ ଦୀପ – ଘରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ମା’ଙ୍କ ନିକଟରେ ସାତମୁଖୀ ଦୀପ ଲଗାନ୍ତୁ। ଘିଅର ଦୀପ ଲଗାନ୍ତୁ। ଦୀପାବଳି ଦିନ ଏହି କାର୍ୟ୍ୟ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଝୋଟି – ଏହି ଦିନ ଘରେ ମା’ଙ୍କ ନିକଟରେ ଘରର ମୁଖ୍ୟଦ୍ୱାର ନିକଟରେ ଝୋଟି ନିଶ୍ଚୟ ଆଙ୍କନ୍ତୁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories