www.samajalive.in
Sunday, December 14, 2025
26.1 C
Bhubaneswar

କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ : ପଣ୍ଟିଂ

କଲକାତା : ବର୍ତ୍ତମାନ ସମୟରେ ଭାରତର ବିରାଟ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲି ଅପରାଜିତ ୧୦୧ ରନ୍‌ କରି ଏକଦିବସୀୟ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ କୀର୍ତ୍ତିମାନର ସମକକ୍ଷ ହୋଇପାରିଥିଲେ। ଏ ସମ୍ପର୍କରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ପଣ୍ଟିଂ କହିଥିଲେ ଆଧୁନିକ ସମୟରେ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ ଏଥିରେ କୌଣସି ଦ୍ବିମତ ନାହିଁ। ତେନ୍ଦୁଲକର ଯେତିକି ଏକଦିବସୀୟ ଇନିଂସରୁ ୪୯ଟି ଶତକ ହାସଲ କରିଥିଲେ କୋହଲି ତାହା ଠାରୁ ୧୭୫ଟି କମ୍‌ ଇନିଂସରୁ ତାହା କରି ଦେଖାଇଛନ୍ତି। ଚଳିତ ବିଶ୍ବକପ୍‌ରେ କୋହଲି ୫୪୩ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଦୁଇଟି ଶତକ ରହିଛି। ତେନ୍ଦୁଲକରଙ୍କ କୀର୍ତ୍ତିମାନ ସହ ସମକକ୍ଷ ହେବା କିମ୍ବା ଭାଙ୍ଗିବା କୋହଲିଙ୍କ କ୍ଷେତ୍ରରେ ବିଶେଷ ଗୁରୁତ୍ବ ରଖୁ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ଯେପରି ବ୍ୟାଟିଂ ପ୍ରଦର୍ଶନ କରି ଚାଲିଛନ୍ତି ତାହା ତାଙ୍କ ଦକ୍ଷତାର ପରିଚୟ ଦେଉଛି। କୋହଲି ଆଗାମୀ ମ୍ୟାଚ୍‌ରେ ଆଉ ଏକ ଶତକ ହାସଲ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ପଣ୍ଟିଂ କହିଛନ୍ତି। କୋହଲିଙ୍କ ସହ ଭାରତୀୟ ବୋଲରଙ୍କୁ ପଣ୍ଟିଂ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ବେଶ୍‌ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଭାରତୀୟ ଦଳର ବୋଲରମା​‌େ​‌ନ ଚମତ୍କାର ପ୍ରଦର୍ଶନ କରିବାରୁ ଏହି ଦଳ ମାତ୍ର ୮୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା ବୋଲି ପଣ୍ଟିଂ କହିଛନ୍ତି। ଭାରତୀୟ ବୋଲର ମହମ୍ମଦ ସାମି ୧୬, ଯଶପ୍ରୀତ ବୁମରା ୧୫ ଓ ରବୀନ୍ଦ୍ର ଜାଡେଜା ୧୪ଟି ୱିକେଟ୍‌ ହାସଲ କରିଥିବା ବେଳେ ସେମାନଙ୍କୁ କିପରି ମୁକାବିଲା କରିବାକୁ ପଡ଼ିବ ସେ ନେଇ ପ୍ରତିପକ୍ଷ ଦଳର ବ୍ୟାଟସମ୍ୟାନ୍‌ଙ୍କୁ ଯୋଜନା କରିବାର ଆବଶ୍ୟକତା ରହିଥିବା ପଣ୍ଟିଂ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories