www.samajalive.in
Friday, December 5, 2025
20.1 C
Bhubaneswar

ଉଚ୍ଚ ନ୍ୟାୟାଳୟ ନିର୍ଦେଶକୁ ଅବମାନନା ଅଭିଯୋଗ

କାମାକ୍ଷାନଗର : କାମାକ୍ଷାନଗର ମହାବିଦ୍ୟାଳୟର ଜଣେ ପ୍ରାଧ୍ୟାପକଙ୍କୁ ବଦଳିର ପ୍ରତିବାଦରେ ଉଚ୍ଚ ନ୍ୟାୟାଳୟର ନିର୍ଦେଶ ମୁତାବକ ପୁନଃ ଅବସ୍ଥାପିତ କରାଯାଉ ନଥିବାର ଅଭିଯୋଗ ହୋଇଛି। କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ମଦନ ମୋହନ ବରାଳଙ୍କର ୮ ମାସ ଚାକିରୀ କାଳ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା।
ପ୍ରାଧ୍ୟାପକ ଶ୍ରୀବରାଳଙ୍କୁ ସ୍ଥାନାନ୍ତର କରାଯିବାର ନିର୍ଦେଶ ଅନୁଯାୟୀ ଗତ ୭ ତାରିଖରେ ମହାବିଦ୍ୟାଳୟ ପକ୍ଷରୁ ରିଲିଭ କରି ଦିଆ ଯାଇଥିଲା । ଏଥି ପୂର୍ବରୁ ସରକାରଙ୍କ ପକ୍ଷରୁ ବଦଳି ନିର୍ଦେଶକୁ ବିରୋଧ କରି ଶ୍ରୀ ବରାଳ ଉଚ୍ଚ ନ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ଏହାର ବିଚାର କରି ଶ୍ରୀ ବରାଳ କାମାକ୍ଷାନଗର ମହାବିଦ୍ୟାଳୟରେ ପୂର୍ବପରି କାର୍ୟ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ଏହି ନିର୍ଦେଶକୁ ପାଳନ କରିବା ପାଇଁ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏକ ଲିଖିତ ପରାମର୍ଶ ମଧ୍ୟ ଦେଇଥିଲେ । ହେଲେ ଗୁରୁବାର ପୂର୍ବାହ୍ନରେ ପ୍ରାଧ୍ୟାପକ ଦୈନିକ ଉପସ୍ଥାନ ଯନ୍ତ୍ରରେ ଟିପ ଦେଇ ଶ୍ରେଣୀଗୃହକୁ ଶିକ୍ଷାଦାନ କରିବାକୁ ଯାଇଥିଲେ। କିନ୍ତୁ ଅପରାହ୍ନରେ ଉପସ୍ଥାନ ଯନ୍ତ୍ରରୁ ଶ୍ରୀ ବରଳଙ୍କର ନାମ ବାଦ ଦିଆଯାଇଥିଲା । ମହାବିଦ୍ୟାଳୟ କର୍ତ୍ତୃପକଙ୍କ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ଅବମାନନା କରି ଉପସ୍ଥାନରୁ ବାଦ ଦେବା ନେଇ ଶ୍ରୀ ବରାଳ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ନାରରାୟଣ ଚନ୍ଦ୍ର ନାୟକଙ୍କୁ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି। ତେବେ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟଧାରା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories