www.samajalive.in
Saturday, December 6, 2025
26.1 C
Bhubaneswar

ନିରଞ୍ଜନ ରଥ ପାଇବେ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ’

ଭୁବନେଶ୍ୱର : ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍‌‌ ଦିବସ-୨୦୨୩ ଅବସରରେ ଚଳିତବର୍ଷ ରାଜ୍ୟର ୩୨ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍‌‌ସନ ପ୍ରଦାନ ସହିତ ୭ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଜୟଦେବ ଭବନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍‌‌ ଇନ୍‌‌ଫରମେସନ ବ୍ୟୁରୋ (ପିଆଇବି), ସେଣ୍ଟ୍ରାଲ ବ୍ୟୁରୋ ଅଫ କମ୍ୟୁନିକେଶନ (ସିବିସି) ଏବଂ ଏକାଡେମୀ ଅଫ୍‌‌ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌‌ଫରମେସନ ଟେକ୍ନୋଲୋଜି (ଅମିତ୍‌‌)ର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌‌ ଦିବସ ପାଳନ କରାଯିବ। ଏହି ଅବସରରେ ଦୈନିକ ସମ୍ବାଦପତ୍ର ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ରଥଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୩’ ପ୍ରଦାନ କରାଯିବା ଏଥିସହିତ, ଝାଡ଼ଖଣ୍ଡ, ବେଙ୍ଗାଲୁରୁ, କଲକତା, ମୁମ୍ବାଇ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ସମ୍ବାଦପତ୍ରର ୧୦ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ। ଏହାଛଡ଼ା ଓଡ଼ିଶା ଖଣି ନିଗମର ମାନବ ସମ୍ବଳ ବିଭାଗ ନିର୍ଦେଶକ ଆଲୋକ କୁମାର ପାଲଙ୍କୁ ପବ୍ଲିକ ରିଲେସନ ଓ ହ୍ୟୁମାନ ରସୋର୍ସ ଡେଭଲପମେଣ୍ଟ ସମ୍ମାନ-୨୦୨୩ ପ୍ରଦାନ କରାଯିବ। ୨୦୨୨ରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱରର ଛାତ୍ରୀ ଇପ୍ସିତା ମହାନ୍ତିଙ୍କୁ ‘ରବିନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୩’, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ରୀ ଇତିଶ୍ରୀ ମଲ୍ଲିକଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୩’, କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ନାଫିସା ପରୱିନୀଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୩’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ଅଖିଳ ତରାଇଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୩’, ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନ୍‌‌ଷ୍ଟିଚ୍ୟୁଟ ଅଫ୍‌‌ ମାସ୍‌‌ କମ୍ୟୁନିକେଶନ (ଆଇଆଇଏମ୍‌‌ଏସ୍‌‌)ର ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ‘ଦିଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୩’, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ରୀ ମିସ୍‌‌ ଷ୍ଟେନି ନାୟକଙ୍କୁ ‘ଅରିନ୍ଦମ୍‌‌ ଦାଶ ସ୍ମାରକୀ ସମ୍ମାନ-୨୦୨୩’ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ର ସ୍ୱାଧୀନ ମହାନ୍ତିଙ୍କୁ ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୩ରେ ସମ୍ମାନିତ କରାଯିବ।
ଏଥି ସହ ରାଜ୍ୟର ୩୨ଜଣ ବରିଷ୍ଠ ସାମ୍ବାଦିକ – ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ପ୍ରଦୋଷ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଅରୁଣ କୁମାର ପଣ୍ଡା, ସୁଦାମ ଚରଣ ନାୟକ, ସୁରେନ୍ଦ୍ର ସାହୁ, ଅର୍ଜୁନ ରଞ୍ଜନ ପଣ୍ଡା, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ଶରତ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅକ୍ଷୟ କୁମାର ପତି, ହଳଧର ଧୀର, ରମେଶ ଚନ୍ଦ୍ର ମହାନ୍ତି, ସେକ୍‌‌ ଅବଦୁଲ ମନାନ, ସର୍ବେଶ୍ୱର ଦାସ, ଭାଗବତ ତ୍ରିପାଠୀ, ବସନ୍ତ କୁମାର ଦାଶ, ଶ୍ରୀରାମ ଦାଶ, ଗୁରୁ କଲ୍ୟାଣ ମହାପାତ୍ର, ବାଉରୀବନ୍ଧୁ ମହାରଣା, ସୁଜ୍ଞାନ ଚୌଧୁରୀ, ରବି ରଥ, ଗୌରାଙ୍ଗ ଚରଣ ହୋତା, ତ୍ରିଲୋଚନ ମହାପାତ୍ର, ଅମ୍ବିକା କାନୁନଗୋ, ପ୍ରସନ୍ନ କୁମାର ନାୟକ, ସୁବାସ ପାଣିଗ୍ରାହୀ, ସତ୍ୟ ରାୟ, ଶିବରାମ ଦାସ ଓ ଦିବାକର ପ୍ରଧାନଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍‌‌ସନ ପ୍ରଦାନ କରାଯିବ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍‌‌ସନ ପ୍ରଦାନ କରାଯିବ। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ପ୍ରେସ୍‌‌ ଦିବସରେ ‘କୃତ୍ରିମ ଜ୍ଞାନ ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେବେ ବୋଲି ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏକ ପ୍ରେସ୍‌‌ ବିବୃତିରେ ଜଣାଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories