ଡେସ୍କ: ମହିଳାମାନଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ନେଇ ଆଜି ବିହାର ବିଧାନସଭାର ଉଭୟ ଗୃହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଉତ୍ତେଜନା ପରେ ବିଧାନସଭାକୁ ପ୍ରଥମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ବିଧାନ ପରିଷଦକୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ବିଧାନସଭାରେ ଗୃହ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଥିଲେ। ସରକାର ବିରୋଧୀ ସ୍ଲୋଗାନ ମଧ୍ୟରେ ସେମାନେ ସାମ୍ବାଦିକମାନଙ୍କ ଲାଗି ଉଦ୍ଦିଷ୍ଟ ଚେୟାର ଟେବୁଲଗୁଡିକୁ ଓଲଟାଇକୁ ଚେଷ୍ଟା କରିଥିଲେ। ବିଧାନସଭା ବାଚସ୍ପତି ଆବଧ ବିହାରୀ ଚୌଧୁରୀ ଗଣ୍ଡଗୋଳ କରୁଥିବା ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଆକ୍ଷେପ ପ୍ରତି ଆକ୍ଷେପ ମଧ୍ୟରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।



