www.samajalive.in
Saturday, December 6, 2025
19.1 C
Bhubaneswar

ସେକ୍ସପିଅରଙ୍କ ମାକବେଥ ଓ ସଫୋକ୍ଲିସଙ୍କ ଓଡ଼ିପସ ଟ୍ରାଜେଡି ଉପରେ ଆଲୋଚନା

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆନ୍ତଇଂରାଜୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶଚନ୍ଦ୍ର ତରେଣିଆ ସମ୍ମାନୀତ ଅତିଥି ଭାବରେ ଯୋଗଦାନ ଦେଇ ଇଂରାଜୀ ପାଠଚକ୍ରକୁ ସଫଳ କରିଥିଲେ। ଏହି ଆଲୋଚନାଚକ୍ରରେ ସେକ୍ସପିଅରଙ୍କ ମାକବେଥ ଓ ସଫୋକ୍ଲିସଙ୍କ ଓଡ଼ିପସ ଟ୍ରାଜେଡି ଉପରେ ଆଲୋଚନା ହୋଇଥିଲା। ଏ ଅବସରରେ ଇଂରାଜୀ ବିଭାଗର ଏକ ପତ୍ରିକା ‘ଲିଟ୍ରାରାରୀ ଭଏସେସ ଏବଂ ଭିଜନ୍ସ’ ଉନ୍ମୋଚିତ ହୋଇଥିଲା।

ଉକ୍ତ ପାଠଚକ୍ରରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ , ମଡେଲ ମହାବିଦ୍ୟାଳୟ, କଣ୍ଟାମାଳ ମହାବିଦ୍ୟାଳୟ ଓ ସୋନପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ୨୫ଟି ସନ୍ଦର୍ଭ ପାଠ କରିଥିଲେ। ତା’ପରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଦ୍ବାରା ସନ୍ଦର୍ଭ ପାଠ କରାଯାଇ ପୁଙ୍ଖନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଉକ୍ତ ପାଠଚକ୍ରରେ ମୁଖ୍ୟ ଆଲୋଚକ ଭାବେ ପ୍ରଭାତ ଚନ୍ଦ୍ର ମିଶ୍ର ଯୋଗ ଦାନ ଦେଇ ସମସ୍ତ ଦିଗ ଦିଗନ୍ତ ଉପରେ ଆଲୋଚନା କରିଥଲେ। ଏହି ଆଲୋଚନାଚକ୍ରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମଣ ମେହେର, ପ୍ରକାଶ କୁମାର ମେହେର, ଅଧ୍ୟାପିକା କଲ୍ୟାଣୀ ସୁନାନି , ବୌଦ୍ଧ ମଡେଲ ମହାବିଦ୍ୟାଳୟର ଅଧ୍ୟାପିକା ପ୍ରଜ୍ଞା ପରୀମିତା, ସୁନୀତା ଭୋଇ ଯୋଗ ଦାନ ଦେଇଥିବା ବେଳେ କଣ୍ଟାମାଳ ମହାବିଦ୍ୟାଳୟର ଦେବଦାସ ମହାପାତ୍ର, ସୋନପୁର ମହାବିଦ୍ୟାଳୟ ଅଧ୍ୟାପକ ରାଜେନ୍ଦ୍ର ରଣା ଓ ଜନତା ମହାବିଦ୍ୟାଳୟ, ଢେଙ୍କାନାଳ ଅଧ୍ୟାପକ ଡ଼ ବସନ୍ତ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଦିପ୍ତୀ ପ୍ରଧାନ ଓ ପାଙ୍କଜିନି ସାହୁ ସଂଯୋଜନା କରିଥିଲେ ଓ ଇଂରାଜୀ ବିଭାଗର ଅଧ୍ୟାପିକା ପୂଜାରାଣି ଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories