www.samajalive.in
Saturday, December 13, 2025
21.1 C
Bhubaneswar

ବିହାର ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍

ପାଟନା: ବିହାର ବିଧାନସଭାରେ ସଂରକ୍ଷଣ ସଂଶୋଧନ ବିଧେୟକ ଗୁରୁବାର ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏଥିସହ ଜାତିଗତ ସଂରକ୍ଷଣ ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସୀମା ଅତିକ୍ରମ କରିଛି। ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ନେଇ ଆଗତ ବିଲ୍‌ ପାରିତ ହୋଇଛି। ପୂର୍ବରୁ, ଅର୍ଥନୈତିକ ଦୁର୍ବଳ ବର୍ଗ(ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ରହିଥିବା କେନ୍ଦ୍ରର ୧୦ ପ୍ରତିଶତ ସଂରକ୍ଷଣକୁ ମିଶାଇଲେ ବିହାରରେ ସଂରକ୍ଷଣ ବର୍ତ୍ତମାନ ୭୫%କୁ ବୃଦ୍ଧି ପାଇବ। ରାଜ୍ୟ ସରକାରଙ୍କ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ନୂତନ ବ୍ୟବସ୍ଥା ପାଇଁ ଏହି ସଂଶୋଧନ କରାଯାଇଛି।

ନିକଟରେ ହୋଇଥିବା ଜାତିଗତ ଜନଗଣନାର ଫଳାଫଳକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଅତ୍ୟଧିକ ପଛୁଆ ବର୍ଗ ପାଇଁ ସଂରକ୍ଷଣକୁ ୩୦ ପ୍ରତିଶତରୁ ୪୩ ପ୍ରତିଶତ, ଅନୁସୂଚିତ ଜାତି ପାଇଁ ରହିଥିବା ସଂରକ୍ଷଣକୁ ୧୬ରୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି ବର୍ଗ ପାଇଁ ରହିଥିବା ସଂରକ୍ଷଣକୁ ୨ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଆଜି ବିଧାନସଭାରେ ସର୍ବସମ୍ମତିରେ ପାରିତ ହୋଇଛି। ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ପୂର୍ବ ଭଳି ୧୦ ପ୍ରତିଶତ ରହିବ।

- Advertisement -

 

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories