www.samajalive.in
Sunday, December 14, 2025
26.1 C
Bhubaneswar

ରାତିରେ ତେଲ ଲଗାନ୍ତୁ ନାହିଁ.. ଅସନ୍ତୁଷ୍ଟ ହୋଇ ଥାଆନ୍ତି ମା’ଲକ୍ଷ୍ମୀ..

ଶାସ୍ତ୍ର ଅନୁଯାୟୀ, ଏପରି କିଛି କାର୍ଯ୍ୟ ରହିଛି ଯାହାକୁ ରାତିରେ କରିବା ଅନୁଚିତ। ରାତିରେ ଉକ୍ତ କାର୍ଯ୍ୟ ଗୁଡ଼ିକୁ କରିବା ଦ୍ବାରା ଜୀବନରେ ଅନେକ ସମସ୍ୟା ଦେଖାଦେବା ସହ ଜୀବନ ଦୁଃଖପୂର୍ଣ୍ଣ ହୋଇଯାଇଥାଏ। ତେବେ ଚାଲନ୍ତୁ ଜାଣିବା ରାତିରେ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ୍ –
ରାତିରେ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ। ଲକ୍ଷ୍ମୀପୁରାଣରେ ଉଲ୍ଲେଖ ରହିଛି ଯେ, ରାତିରେ ତେଲ ଲଗାଇଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି।
ରାତିରେ ନଖ କାଟିବାକୁ ମଧ୍ୟ ବାରଣ କରାଯାଇଛି। ରାତିରେ ନଖ କାଟିବା ଏକ ଅଶୁଭ କାର୍ଯ୍ୟ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି।
ରାତିରେ ଘର ପୋଛା କିମ୍ବା ଲୁଗା ସଫା କରିବା ଅନୁଚିତ୍। ପୁରାଣ ଅନୁସାରେ ଏହା ଅଶୁଭ ହୋଇଥାଏ। କେବଳ ପୁରାଣ ନୁହେଁ ବିଜ୍ଞାନ ମଧ୍ୟ ଏସବୁକୁ ବାରଣ କରେ। ରାତିରେ ଲୁଗା ସଫା କରିବା ବା ଘର ପୋଛା ମାରିବା ଦ୍ୱାରା ଥଣ୍ଡା ଆଶଙ୍କା ଅଧିକ ରହିଥାଏ।

କିଛି ଖାଦ୍ୟକୁ ମଧ୍ୟ ରାତିରେ ଖାଇବାକୁ ବାରଣ କରାଯାଇଛି। ଶାଗ, କାକୁଡ଼ି, ଭାତ, କୌଣସି ପ୍ରକାର ଗରିଷ୍ଠ କିମ୍ବା ଥଣ୍ଡା ଜିନିଷ ରାତିରେ ଖାଆନ୍ତୁ ନାହିଁ। ଏହା ଠିକ୍ ଭାବେ ହଜମ ହୋଇନଥାଏ ଏବଂ ଏହାଦ୍ବାରା ଅନେକ ରୋଗ ସୃଷ୍ଟି ହୋଇଥାଏ। ରାତିରେ କଦଳୀ ପତ୍ରରେ ମଧ୍ୟ ଖାଇବା ଅନୁଚିତ୍।
ରାତିରେ ବ୍ୟାୟ୍ୟାମ କରନ୍ତୁ ନାହିଁ। ସକାଳୁ ଉଠିବା ପରେ ବ୍ୟାୟାମ କରିବା ସ୍ବାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ, ହେଲେ ରାତିରେ ଶୋଇବା ପୂର୍ବରୁ ବ୍ୟାୟାମ କରିବା ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories