www.samajalive.in
Saturday, December 13, 2025
21.1 C
Bhubaneswar

ଜାତୀୟ କ୍ରୀଡ଼ା – ୫୦ ଛୁଇଁଲା ଓଡ଼ିଶା ପଦକ

କଟକ: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୫୦ ଛୁଇଁଛି। ବୁଧବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୫ଟି ପଦକ ମିଳିଛି। ସାଇକଲ ଚାଳନା ମହିଳା ରୋଡରେଶରେ ସ୍ବସ୍ତି ସିଂହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ବସ୍ତି ୭୫ କିମି ମାସ୍‌ ଷ୍ଟାଟ୍‌ ସାଇକଲ ଚାଳନା ବିଭାଗରେ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ଜିତିଛନ୍ତି। ଓଡ଼ିଶା ପୁରୁଷ ଓ ମହିଳା ଖୋଖୋ ଦଳ ଫାଇନାଲରେ ମହାରାଷ୍ଟ୍ର ନିକଟରୁ ପରାଜିତ ​‌େ​‌ହାଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଲନ୍‌ବଲ୍‌ ଫୋର​‌ ପୁରୁଷ ଦଳଗତ ବର୍ଗରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। ଓଡ଼ିଶା ପକ୍ଷରୁ କୈଳାସ ମାଝି, ସୌରଭ ରଞ୍ଜନ ମହାରଣା, ତାରେଣୀ ପ୍ରସାଦ ନାୟକ ଓ ନରସିଂହ ରଣା ପ୍ରତିନିଧିତ୍ବ କରି ଏହି ସଫଳତା ପାଇଛନ୍ତି। ସେହିପରି ପୁରୁଷ ଏକକରେ ଲଳିତ ଶର୍ମା କାଂସ୍ୟ ପଦକ ଜିତିଛନ୍ତି।ଏଥିରେ ଓଡ଼ିଶା ଲନ୍‌ବଲ ଦଳ ୩ଟି କାଂସ୍ୟ ପଦକ ଜିତିଛି। ପୂର୍ବରୁ ମହିଳା ଫୋରରେ କାଂସ୍ୟ ବିଜୟୀ ହୋଇଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories