www.samajalive.in
Saturday, December 13, 2025
26.1 C
Bhubaneswar

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଦ୍ୱିତୀୟ ବାଟାଲିୟନ ବି.ଏସ୍‌ଏଫ ଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ସୁଚନା ମୁତାବକ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରୁପାଲ୍ଲୀ ପଂଚାୟତ ଅନ୍ତର୍ଗତ ଓଡିଶା ଛତିଶଗଡ ସୀମାନ୍ତବର୍ତୀ ଅଂଚଳ କିରିମିଟି ଓ ତୁଳସୀ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଦ୍ୱିତୀୟ ବାଟାଲିୟନ ବି.ଏସ୍‌.ଏଫ୍ ଜବାନ ମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଗୋଟିଏ ସ୍ଥାନରେ ମାଓ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲ। ମାଟି ତଳେ ପୋତା ହୋଇଥିବା ମାଓ ସାମଗ୍ରୀ ଗୁଡିକ ମାଟି ଖୋଳି ଜବତ କରିଥିଲ। ଜବତ ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରେ ୧ଟି ଆଲୁମିନିୟମ କଂଟେନର, ୧ଟି ବିନା ତାର ବ୍ୟାଟେରୀ ଓ ଆଂଟେନା ସେଟ୍, ୧ଟି ଗ୍ରେନେଡ଼, ଚାରୋଟି ୧୨ ବୋର ଅମୁନେସନ୍, ୮୨ଟି ମାଓ ପୁସ୍ତକ, ପ୍ଲାଷ୍ଟିକ୍ ସିଟ୍ ଓ ତାରପୋଲିନ ଓ ବ୍ୟାଗ ରହିଛି। ଏହି ସାମଗ୍ରୀ ଗୁଡିକ ମାଓବାଦୀ ମାନେ ବ୍ୟବହାର କରୁଥିବା ବେଳେ ଏହି ସାମଗ୍ରୀ ଗୁଡିକ ଜବାନ ମାନଙ୍କୁ ଟାର୍ଗେଟ କରି ରଖା ଯାୀଇଥିବା ବି.ଏସ୍‌.ଏଫ୍ ତରଫରୁ ସୁଚନା ଦିଆଯାଇଛିା ତେବେ ବର୍ତମାନ ସୁଦ୍ଧା ସେହି ଅଂଚଳରେ କୁମ୍ବିଂ ଅପରେସନ ଜାରି ରହିଥିବା ସୁଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories