www.samajalive.in
Sunday, December 14, 2025
16.1 C
Bhubaneswar

ଜଳକୁ ଚାହିଁଚାହିଁ ଜଳକା ଚାଷୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲରେ ବର୍ଷାର ଅଭାବ ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଖଜୁରୀପଡ଼ା ବ୍ଲକ ଦୁତିମେଣ୍ଡି ଗ୍ରାମପଞ୍ଚାୟତର କିଛି ଗ୍ରାମର ଚାଷୀଙ୍କ ପାଇଁ ସମ୍ବେପଦର ଜଳଭଣ୍ଡାର ଆଜି ଅଭିଶପ୍ତ ପାଲଟିଛି। ଉକ୍ତ ଜଳଭଣ୍ଡାର ଯୋଗୁଁ ଦୂତିମେଣ୍ଡି ଗ୍ରାମପଞ୍ଚାୟତର ଅନେକ ଗ୍ରାମ ଖରା ବର୍ଷା ଏବଂ ଶୀତ ଋତୁରେ ମଧ୍ୟ ଚାଷବାସ କରି ଭଲ ଆୟ କରିବୁ ବୋଲି ଯେଉଁ ଚାଷୀମାନେ ସ୍ଵପ୍ନ ଦେଖୁଥିଲେ ତାହା ଆଜି ଦିବାସ୍ୱପ୍ନ ପାଲଟି ଯାଇଛି। କିନ୍ତୁ ସରକାର ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନଦେଖି ରାଜସ୍ବ ଆଦାୟ ପାଇଁ ଜଳକର ଅସୁଲ କରିବାକୁ ଯେମିତି ଆଦୌ ହେଲା କରୁନଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ମୌସୁମୀ ଫେରିଯିବା ପରଠାରୁ ଆଉ ବର୍ଷା ନାହିଁ। ଫଳରେ ଦୂତୀମେଣ୍ଡି ମଲିକସାହି ତଳିଆ ଅଞ୍ଚଳରେ ହୋଇଥିବା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାପରିସ୍ଥିତିରେ ପହଞ୍ଚି ଗଲାଣି। କେଉଁ ବିଲରେ ମାଟି ଫାଟି ଗଲାଣି ତ କେଉଁ ବିଲରେ ଧାନ କେଣ୍ଡା ଠିକ୍‌ରେ ଧରିବା ଆଗରୁ ଶୁଖି ଗଲାଣି। ଅନ୍ୟ କାହା ଧାନ ବିଲରେ ସମ୍ପୂର୍ଣ୍ଣ ଗଛ ଶୁଖି ଝାଉଁଳି ପଡ଼ିଥିବା ଦେଖିବାକୁ ମିଳୁଛି। କିନ୍ତୁ ସରକାରଙ୍କୁ ଜଳକର ଦେଉଥିବା ଚାଷୀ ଆଜି ନିଜ ଫସଲ ପାଇଁ ଜଳ ଭଣ୍ଡାରରୁ ଟୋପାଏ ପାଣି ପାଇନପାରି ବର୍ଷକର ଆହାରକୁ କିଭଳି ନଷ୍ଟ କରୁଛନ୍ତି ତାହା ଯେ କେହି ଚାଷୀ ଧାନବିଲ ଦେଖି ଅଧୈର୍ଯ୍ୟ ହେଉଥିବା ଜଣାପଡ଼ିଛି। ବର୍ଷ ବର୍ଷ ଧରି ଚାଷୀ ଜଳକର ଦେଉଥିବା ବେଳେ ଜଳ ଭଣ୍ଡାରରୁ ପାଣି ଟୋପାଏ ନପାଇବା ଫଳରେ ଅନେକ ଚାଷୀ ଅନେକ କ୍ଷତି ସହୁଥିବା ନେଇ ସୂଚନା ଦେଇଛନ୍ତି ଚାଷୀ ମାଧୁରୀ କହଁର, ଚିତରଞ୍ଜନ କହଁର, ସ୍ନେହଲତା ମଲ୍ଲିକ ବାଞ୍ଛା ନିଧି ଦେହୁରୀ, ସାରଙ୍ଗ ଧର ମଲ୍ଲିକ ଓ ବିଶ୍ୱା ମିତ୍ର ମଲ୍ଲିକ। ତୁରନ୍ତ ଏଭଳି ଅନ୍ୟାୟ ନକରି ଜଳକର ବଦଳରେ ଚାଷ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା ସରକାର କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳରୁ ସମାଜସେବୀ ଗୋଲୋକ ବିହାରୀ ମଲିକ, ଆସ୍ତିକ ମଲିକ, ସମୀର ପ୍ରସାଦ ଝାଙ୍କର, ତାପସ ଦଣ୍ଡିଆ ପ୍ରମୁଖ ଦାବୀ କରିଛନ୍ତି। କିନ୍ତୁ ଏ ଯାଏଁ ଖଜୁରୀପଡ଼ା କୃଷି ବିଭାଗର କୌଣସି ଅଧିକାରୀ ମଧ୍ୟ ଏସବୁ ସମସ୍ୟା କିମ୍ବା ଧାନ ଫସଲ ନଷ୍ଟ ନେଇ କୌଣସି ଚାଷୀମାନଙ୍କ ସହ ଆଲୋଚନା ମଧ୍ୟ କରିନଥିବା ଅଭିଯୋଗ ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories