ଟୁଟୁ ଆଶ୍ବସ୍ତ; ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର: ଓଲିଉଡ଼ ପ୍ରଯୋଜକ ସଞ୍ଜୟ ଓରଫ୍‌ ଟୁଟୁ ନାୟକଙ୍କୁ ମିଳିଛି ଆଶ୍ବସ୍ତି। ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ବୁଧବାର ତାଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ତାଙ୍କୁ ଜାମିନ ମିଳିଛି।

ସୂଚନାଯୋଗ୍ୟ, ଫିଲ୍ମ ପ୍ରିମିୟର ଶୋ’ରେ ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଶୁକ୍ରବାର ଖାରବେଳନଗର ପୁଲିସ ଟୁଟୁଙ୍କୁ ଗିରଫ କରିଥିଲା। ଏହାପରେ ସେ ଝାରପଡ଼ା ଜେଲ୍‌ରେ ଥିଲେ।

Comments are closed.