www.samajalive.in
Friday, December 12, 2025
14.1 C
Bhubaneswar

ସମ୍ବଲପୁରରେ ପହଁଚିଲା ଅଯୋଧ୍ୟାର ପବିତ୍ର କଳସ

ସମ୍ବଲପୁର: ଆସନ୍ତା ବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ ଅଯୋଧ୍ୟା ଠାରେ ଅକ୍ଷତ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୁଜାରେ ବିଶ୍ୱହିନ୍ଦୁ ପରିଷଦର ୪୫ଟି ପ୍ରାନ୍ତର ପ୍ରତିନିଧି ମାନେ ଯୋଗ ଦେଇଥିଲେ ଏବଂ ପୂଜା ହୋଇଥିବା କଳସ ଗୁଡିକୁ ନିଜ ନିଜ ପ୍ରାନ୍ତକୁ ନେଇଛନ୍ତି। ଏହି କ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଅକ୍ଷତ ଶୁଭ କଳସ ମଙ୍ଗଳବାର ରେଳଗାଡି ଜରିଆରେ ସମ୍ବଲପୁରରେ ଆସି ପହଂଚିଛି। ପରେ ବିଶ୍ୱ ହିନ୍ଦୁ ପରିଷଦ ସମ୍ବଲପୁର, ବଜରଙ୍ଗ ଦଳ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ମାନେ ଗୈରିକ ଧ୍ୱଜା, ଘଣ୍ଟ, ଶଙ୍ଖ, ବାଦ୍ୟରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ସ୍ଥାନୀୟ କୁମ୍ଭାରପଡ଼ା ସ୍ଥିତ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ଆସନ୍ତା ଜାନୁଆରୀ ମାସ ୧ ରୁ ୧୫ ତାରିଖ ମଧ୍ୟରେ ସମଗ୍ର ଭାରତରେ ପ୍ରତ୍ୟେକ ଘରକୁ ଏହି ପୁଜା ପାଉଥିବା ଅକ୍ଷତ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ନିମନ୍ତ୍ରଣ କରାଯିବାର ଯୋଜନା କରାଯାଇଛି। ଏହି କ୍ରମରେ ପଶ୍ଚିମ ପ୍ରାନ୍ତରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିହିପର ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ଶ୍ରୀରାମଚନ୍ଦ୍ର ନାୟକ, ସୌମ୍ୟ ରଞ୍ଜନ ମିଶ୍ର, ସନ୍ତୋଷ କର ପ୍ରମୁଖ ଅଯୋଧ୍ୟାରେ ହୋଇଥିବା ଅକ୍ଷତ ପୂଜା ଉତ୍ସବରେ ପ୍ରତିନିଧିତ୍ୱ କରିବା ସହିତ ଶୁଭ କଳସକୁ ଆଜି ସମ୍ବଲପୁର ନେଇ ଆସିଥିଲେ। ଅକ୍ଷତ କଳସକୁ ସ୍ୱାଗତ କରିବା ଅବସରରେ ବିହିପର ପଶ୍ଚିମ ପ୍ରାନ୍ତ ସଂଯୋଜକ ଡା. ରାଜକୁମାର ବଡପଣ୍ଡା, ସହ ସମ୍ପାଦକ ରାଜୀବ ଶତପଥୀ, ସୁଧିର ରଞ୍ଜନ ବହିଦାର, ସତ୍ୟନାରାୟଣ ଥନାପତି, ବିପିନ ଗଡ଼ନାୟକ, ସମ୍ପୁର୍ଣ୍ଣା ସାହୁ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଅନୀଲ ବେହେରା, ଗୋବିନ୍ଦ ଅଗ୍ରୱାଲ, ନନ୍ଦକିଶୋର ମିଶ୍ର, ପ୍ରଦୀପ ସୁପକାର, ଡା. ପୁରୁଷୋତ୍ତମ ଅଗ୍ରୱାଲ, ଅନନ୍ତ ମହାନ୍ତିଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories