www.samajalive.in
Saturday, December 13, 2025
26.1 C
Bhubaneswar

ଇସ୍ରାଏଲ ଛାଡିଲେ ୮ଟି ଦେଶର ରାଷ୍ଟ୍ରଦୂତ

ଡେସ୍କ: ପ୍ରାୟ ଏକ ମାସ ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀ ହମାସ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଅତି କମରେ ଆଠଟି ଦେଶ ଇସ୍ରାଏଲରୁ ସେମାନଙ୍କ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଥିବା ଜଣାପଡିଛି। ଅକ୍ଟୋବର ୭ରେ ହମାସ ଆତଙ୍କୀ ଗୋଷ୍ଠୀର ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବୃଦ୍ଧି କରିଛି। ଆମେରିକା ଏହି ଗୋଷ୍ଠୀକୁ ଆତଙ୍କବାଦୀ ସଂଗଠନ ଭାବେ ଅଭିହିତ କରିଛି।

କିନ୍ତୁ ଅନେକ ଆନ୍ତର୍ଜାତୀୟ ମାନବିକ ଗୋଷ୍ଠୀ ଚେତାବନୀ ଦେଇଛନ୍ତି ଯେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଏବଂ ଏହି ଅଞ୍ଚଳକୁ ଆବଶ୍ୟକ ସାମଗ୍ରୀ ଉପରେ ଅବରୋଧ କରିବା ଦ୍ୱାରା ଏହି ଅଞ୍ଚଳରେ ମାନବିକ ସଙ୍କଟ ଦେଖାଦେବ। ଇସ୍ରାଏଲ ଅସ୍ତ୍ରବିରତି ପାଇଁ ଆମେରିକା ସମେତ ବିଭିନ୍ନ ଦେଶର ପ୍ରସ୍ତାବକୁ ଅଗ୍ରାହ୍ୟ କରୁଥିବାରୁ, ଏହାର ପ୍ରତିବାଦରେ ଅତି କମରେ ଆଠଟି ଦେଶ ଇସ୍ରାଏଲରୁ ସେମାନଙ୍କ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛନ୍ତି। ପ୍ରଥମ ଦେଶ ଭାବରେ ଯୁଦ୍ଧ ସମୟରେ ଇସ୍ରାଏଲ ସହ ସମସ୍ତ କୂଟନୈତିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବେ ଚ୍ଛିନ୍ନ କରିଛି ବୋଲିଭିଆ। ଦକ୍ଷିଣ ଆଫ୍ରିକା, ଜୋର୍ଡାନ, ତୁର୍କୀ, ଚି଼ଲ୍ଲୀ, କଲମ୍ବିଆ, ଚାଦ, ହାଃଣ୍ଡୁରାସ, ବାହାରିନ ଓ ବୋଲିଭିଆ ସେମାନଙ୍କ ରାଷ୍ଟ୍ରଦୂତ ମାନଙ୍କୁ ସେଠାରୁ ଫେରାଇ ନେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories