www.samajalive.in
Sunday, December 14, 2025
23.1 C
Bhubaneswar

ଜମି ପଟ୍ଟା ନଦେଲେ ଭୋଟ ବର୍ଜ୍ଜନ ଚେତାବନୀ; ଜିଲାପାଳଙ୍କୁ ଦାବିପତ୍ର

ରେଙ୍ଗାଲି: ହୀରାକୁଦ ନଦୀବନ୍ଧ ଯୋଜନାରେ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦନ୍ତାମୁରା ଗ୍ରାମବାସୀ ଦୀର୍ଘ ୬୪ବର୍ଷ ହେଲା ଦଖଲ କରି ଆସୁଥିବା ଜମିର ପଟ୍ଟା ପାଇ ନାହାନ୍ତି। ଆସନ୍ତା ନିର୍ବାଚନ ପୂର୍ବରୁ ଦଖଲ ଜମିର ପଟ୍ଟା ଦିଆ ନଗଲେ ଭୋଟ୍ ବର୍ଜ୍ଜନ କରାଯିବ ବୋଲି ଗ୍ରାମବାସୀ ସୋମବାର ସମ୍ବଲପୁର ଜିଲାପାଳଙ୍କୁ ଲିଖିତ ଚେତାବନୀ ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ହୀରାକୁଦ ନଦୀବନ୍ଧ ଯୋଜନାରେ ଦନ୍ତାମୁରା ଗ୍ରାମର ଜମିବାଡ଼ି ଘରଦ୍ବାର ଜଳମଗ୍ନ ହୋଇଯିବା ପରେ ୧୯୫୯ ମସିହାରେ ତତ୍କାଳୀନ ଡେପୁଟି କମିଶନର ଗ୍ରାମର ବିସ୍ଥାପିତ ପରିବାରଙ୍କୁ ୨ ଏକର ୫୦ ଡେସମିଲ୍ ଲେଖାଏଁ ପତିତ ଓ ଜଙ୍ଗଲ ଜମି ଦଖଲ ଦେଇଥିଲେ। ନଦୀବନ୍ଧ ଯୋଜନାର ୭୦ ବର୍ଷ ବିତିଗଲା ଏବଂ ଡେପୁଟୀ କମିଶନର ଗ୍ରାମବାସୀଙ୍କୁ ଜମି ଦଖଲ ଦେବାର ୬୪ବର୍ଷ ବିତିଗଲାଣି କିନ୍ତୁ ଆମକୁ ଏପର୍ଯ୍ୟନ୍ତ ଦଖଲ ଜମିର ପଟ୍ଟା ମିଳି ନାହିଁ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଜମି ପଟ୍ଟା ଦେବାକୁ ୨୦୦୧ ମସିହାରୁ ରେଙ୍ଗାଲି ତହସିଲଦାରଙ୍କୁ ବାରମ୍ବାର ସାକ୍ଷାତ କରି ଲିଖିତ ଓ ମୌଖିକ ଦାବୀ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ଆମକୁ ଦଖଲ ଜମିର ପଟ୍ଟା ଦିଆ ନଗଲେ ଭୋଟ୍ ବର୍ଜ୍ଜନ କରିବାକୁ ବାଧ୍ୟ ହେବୁ ବୋଲି କହି ଆଜି ଗ୍ରାମବାସୀଙ୍କ ଏକ ପ୍ରତିନିଧିଦଳ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ନାଏବ ସରପଞ୍ଚ ଯଦୁମଣି ପଟେଲ, ୱାର୍ଡସଭ୍ୟ ଅରୁଣ ସା, ଭରତ ରାଉତ, ଗୋବର୍ଦ୍ଧନ ସା, ସୁରେନ୍ଦ୍ର ରାଉତ ପ୍ରମୁଖ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories