www.samajalive.in
Sunday, December 7, 2025
18.1 C
Bhubaneswar

ବାତଜ୍ୱର ଚିହ୍ନଟ ଲାଗି ରକ୍ତନମୁନା ସଂଗ୍ରହ

ଆଠଗଡ : ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଓ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିିଳିତ ସହଯୋଗରେ ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆଠଗଡ ଏନଏସି ଏବଂ କେତେକ ଗ୍ରାମରେ ବାତଜ୍ୱର ଚିହ୍ନଟ ପାଇଁ ରାତ୍ରିକାଳିନ ରକ୍ତ ନମୁନା ସଂଗ୍ରହ ଅଭିଯାନ ଗତ ୩୦ତାରିଖଠାରୁ ଆରମ୍ଭ ହୋଇ ୪ତାରିଖରେ ଶେଷ ହୋଇଛି । ଏହି ଅଭିଯାନ କାଳରେ ଆଠଗଡ ଏନଏସି ଅଞ୍ଚଳରୁ ୬୨୧ଜଣ ଏବଂ ବେଣ୍ଟପଦା ଓ ତରଡିଙ୍ଗ ଗ୍ରାମପଞ୍ଚାୟତରୁ ୬୧୮ଜଣଙ୍କର ରକ୍ତ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭିବିଡି ଉପଦେଷ୍ଟା ଦେବକାନ୍ତ ନାୟକ, ତୃପ୍ତିରାଣୀ ନାୟକ, ବୈଷୟିକ ପରିଦର୍ଶକ ବିଜୟ କୁମାର ବେଉରା ଏବଂ କଟକ ପିସିଆଇ ସଂଯୋଜକ ଅମୀୟ ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ। ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଅଭିଯାନକୁ ବ୍ରହ୍ମପୁର ସିଏଚସିି ଅଧିନ ଯୋରନ୍ଦା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା ଓ ପରିଚାଳନା କରିଥିବାବେଳେ ଲାବୋରେଟୋରୀ ଟେକ୍ନିସିଆନ ଶ୍ୱେତପଦ୍ମା ହରିଚନ୍ଦନ, ଅକ୍ଷୟ କୁମାର ମହାନ୍ତି, ସ୍ୱାସ୍ଥ୍ୟକର୍ମୀ ସୌମେନ୍ଦ୍ର ମିଶ୍ର, ବିଜୟ କୁମାର ଜେନା, ଶୁଭେନ୍ଦୁ ଭାଷ୍କର ରାଉତ, ଅଙ୍ଗନବାଡି କର୍ମୀ ଅମିର୍ତା ନିଶା, ରଜିୟା ତରନ୍ନୁମ, ସରସ୍ୱତୀ ସାହୁ, ଆଶାକର୍ମୀ ପାର୍ବତୀ ବେହେରା, ଟିକିନା ଘଢାଇ, ଜୟନ୍ତୀ ନାଏକ, ବିନୋଦିନୀ ବାରିକ ଏବଂ ସମସ୍ତ ୱାର୍ଡ ସଭ୍ୟ ରକ୍ତନମୁନା ସଂଗ୍ରହରେ ପୂର୍ଣ୍ଣ ସହଯୋଗ କରିଥିଲେ। ବିଗତ ବର୍ଷ ଏହି ରାତ୍ରିକାଳୀନ ରକ୍ତନମୁନା ସଂଗ୍ରହ ଓ ପରୀକ୍ଷା ଦ୍ୱାରା ଆଠଗଡ ସହରରୁ ୧୫ଜଣ ଓ ବେଣ୍ଟପଦାରୁ ୫ଜଣଙ୍କର ଫାଇଲେରିଆ ପଜିଟିଭ ଚିହ୍ନଟ ହୋଇଥିଲା। ତେଣୁ ଉକ୍ତ ୱାର୍ଡ ଓ ଗ୍ରାମରେ ପୁନର୍ବାର ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ରଖାଯାଇଥିବା ଜଣାପଡିଛି । ଏହି ଅଭିଯାନ ସମୟରେ ଲୋକମାନଙ୍କୁ ପରିବେଶ ସ୍ୱଚ୍ଛ ରଖିବା, ନିୟମିତ ମଶାରୀ ବ୍ୟବହାର କରିବା ଓ ଅଦରକାରୀ ସ୍ଥାନରେ ବେଶୀଦିନ ପାଣି ଜମା ହେବାକୁ ନଦେବା ଲାଗି ସଚେତନ କରାଯାଇଥିଲା। ରକ୍ତନମୁନା ପରୀକ୍ଷା ପରେ ଯେଉଁମାନଙ୍କର ବାତଜ୍ୱର ଚିହ୍ନଟ ହେବ ସେମାନଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories