www.samajalive.in
Monday, December 8, 2025
13.1 C
Bhubaneswar

ଚଳନ୍ତା ଟ୍ରେନରୁ ପଡ଼ି ଶ୍ରମିକ ମୃତ; ଶେଷଥର ପୁଅ ମୁହଁ ଦେଖିବାକୁ ସରକାରଙ୍କୁ ଗୁହାରି କଲେ ପରିବାର

କାମାକ୍ଷାନଗର: ପରିବାର ପ୍ରତିପୋଷଣ ପାଇଁ ପୁଅ ବାହାରିଥିଲା ବାହାର ରାଜ୍ୟକୁ କାମ କରିବାକୁ। ନିଜ ମାଆ, ସ୍ତ୍ରୀ ଓ ୪ ବର୍ଷର ଝିଅକୁ ଛାଡ଼ି ଯାଉଥିଲେ କାମ କରି ପରିବାରରେ ହସ ଫୁଟାଇବାକୁ। ଦୁଇ ପଇସା ରୋଜଗାର କରି ନିଜର ଅଭାବକୁ ପୂରଣ କରିବାକୁ। କିନ୍ତୁ କିଏ ଜାଣିଥିଲା ବିଧିର ବିଧାନ କିଛି ଅଲଗା ଲେଖି ଦେଇଛି କପାଳରେ। ପରିବାର ଓ ଚାରି ବର୍ଷର ଝିଅ ଚାହିଁ ରହିଥିଲା ବାପାର ଫେରିବା ବାଟକୁ, ହେଲେ କିଏବା ଜାଣିଥିଲା ବାପା ଆଉ ଫେରିବେନି ବୋଲି। ଚଳନ୍ତା ଟ୍ରେନରୁ ପଡ଼ି ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ।

ସୂଚନା ଅନୁଯାୟୀ, ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କଳଦା ପଞ୍ଚାୟତ ଖୁଣ୍ଢେଇଖୋଲ ଗ୍ରାମରେ। ଗାଁର କୀର୍ତ୍ତନ ନାଏକଙ୍କ ପୁଅ ସୁଶାନ୍ତ ନାଏକ ଗତ ରବିବାର ଦିନ ସାଙ୍ଗମାନଙ୍କ ସହିତ ଭୁବନେଶ୍ୱରରୁ ଚେନ୍ନଇ ଟ୍ରେନରେ ଯାଉଥିବା ବେଳେ ନାଗପୁର ଅଞ୍ଚଳ ପାଖାପାଖି ଚଳନ୍ତା ଟ୍ରେନରୁ ଖସି ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ସୁଶାନ୍ତ ଚେନ୍ନଇର ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ନାଗପୁର କାମଠି ପୁଲିସ ଅଧୀନରେ ଥିବା ସୂଚନା ରହିଛି। ତେବେ ମୃତଦେହ ଘରକୁ ଆଣିବାକୁ ପାଖରେ ଅର୍ଥ ନାହିଁ ହେଲେ ପୁଅର ମୁହଁ ଶେଷଥର ପାଇଁ ଦେଖିବାକୁ ମାଆ, ସ୍ତ୍ରୀ ଓ ଝିଅ ଲୁହଭରା ଆଖିରେ ଚାହିଁ ରହିଛନ୍ତି ବାଟକୁ। ସୁଶାନ୍ତଙ୍କ ମୃତଦେହ ଘରକୁ ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ପରିବାର ଓ ସାହି ପଡ଼ିଶା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories