www.samajalive.in
Sunday, December 14, 2025
26.1 C
Bhubaneswar

ନେପାଳରେ ଭୂମିକମ୍ପ – ଉତ୍ତର ଭାରତରେ ପ୍ରଭାବ ଅନୁଭୂତ

ଡେସ୍କ: ଶୁକ୍ରବାର ବିଳମ୍ବିତ ରାତିରେ ନେପାଳରେ ୬.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ର ନେପାଳରେ ୧୦ କିଲୋମିଟର ଗଭୀରରେ ଥିଲା। ପ୍ରାୟ ଏକ ମିନିଟରୁ ଅଧିକ ସମୟ ଧରି ଶକ୍ତିଶାଳୀ କମ୍ପନ ସୃଷ୍ଟି ହୋଇଥିବାରୁ ହୋଇଥିବାରୁ ଲୋକମାନେ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ। ଗତ ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ନେପାଳରେ ଏଭଳି ଶକ୍ତିଶାଳୀ ଭୂକମ୍ପ ହୋଇଛି।

ତେବେ ଏହି ଭୂମିକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ଖବର ମିଳିନାହିଁ। ଆମେରିକାର ଭୂତତ୍ୱ ସର୍ବେକ୍ଷଣ କେନ୍ଦ୍ର ରିପୋର୍ଟ ଅନୁଯାୟୀ, ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୪୦୦ କିଲୋମିଟର (୨୫୦ ମାଇଲ) ଉତ୍ତର-ପୂର୍ବରେ ଥିବା ଜୁମଲା ପାର୍ବତ୍ୟାଞ୍ଚଳ ସହର ନିକଟରେ ୫.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ୧୭.୯ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories