ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ଗୁରୁବାର ଦକ୍ଷିଣ ପୂର୍ବ ଇଣ୍ଡୋନେସିଆର ତିମୋରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଏଥିରେ କୌଣସି ଜୀବନର କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା ମିଳିବା ସହ ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବା ନେଇ ଖବର ମିଳିଛି।
ଓଜୋନ୍ ସ୍ତରରେ ‘ବଡ଼ ଗର୍ତ୍ତ’
ଇଣ୍ଡୋନେସିଆର ଭୂକମ୍ପ ଏବଂ ସୁନାମି କେନ୍ଦ୍ରର ମୁଖ୍ୟ କହିଛନ୍ତି ଏହି ଭୂକମ୍ପ ସ୍ଥଳଭାଗରେ ସଙ୍ଗଠିତ ହୋଇଥିବାରୁ ଅନେକ ସହର ଏବଂ ଗ୍ରାମରେ ପ୍ରବଳ ମାତ୍ରାରେ ଅନୁଭୂତ ହୋଇଥିଲା। ମାତ୍ର ସୁନାମିର କୌଣସି ଆଶଙ୍କା ନାହିଁ।
Comments are closed.