www.samajalive.in
Friday, December 12, 2025
14.1 C
Bhubaneswar

ଆରଆଇଙ୍କୁ ମାଡ଼ : ଛଡ଼ାଇନେଲେ ଜବତ ଟ୍ରାକ୍ଟର

ବଡ଼ସାହି : ସ୍ଥାନୀୟ ତହସିଲ ଅଞ୍ଚଳରେ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବିବାଦ ପିଛା ଛାଡ଼ୁନାହିଁ। ମଙ୍ଗଳବାର ପୁଣି ବାଲି ମାଫିଆଙ୍କ ଔଦ୍ଧତତା ଦେଖିବାକୁ ମିଳିଛି। ସେମାନଙ୍କର କାର୍ଯ୍ୟକଳାପ ଚରମ ସୀମାରେ ପହଞ୍ଚିଛି। ବୁଢ଼ାବଳଙ୍ଗ ନଦୀର ବର୍ତ୍ତନା ବେଆଇନ ଘାଟରୁ ଚୋରା ବାଲି ଉତ୍ତୋଳନ ପୂର୍ବକ ବେତନଟୀକୁ ବ୍ୟାପକ ଚାଲାଣ ହେଉଥିବା ଖବର ପାଇ ବଡ଼ସାହି ଅତିରିକ୍ତ ତହସିଲଦାର ମାଧବ ଚରଣ ବିରୁଆ ଓ ଦୁର୍ଗାପୁର ରାଜସ୍ୱ ନୀରିକ୍ଷକ ଜଗନ କୁମାର ନାୟକ ପେଟ୍ରୋଲିଂରେ ଯାଇଥିଲେ। ସେହି ସମୟରେ ବେଆଇନ ବାଲି ନେଇଯାଉଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ କୁଳିଅଣା-ବର୍ତ୍ତନା ଗ୍ରାମ ରାସ୍ତାରେ ଜବତ କରିଥିଲେ। ତେବେ ଟ୍ରାକ୍ଟର ଚାଳକ ଠାରୁ ଖବର ପାଇ ମାଲିକ ଓ ମାଫିଆଙ୍କ କିଛିଲୋକ ୧୦/୧୨ଟି ବାଇକରେ ଘଟଣା ସ୍ଥଳରେ ପହଞ୍ଚି ବଳପୂର୍ବକ ଟ୍ରାକ୍ଟରଟିରୁ ବାଲି ଖାଲି କରିବା ସହିତ ଧମକଚମକ ଏପରିକି ରାଜସ୍ୱ ନୀରିକ୍ଷକଙ୍କୁ ଠେଲାପେଲା ମାଡ଼ ମାରି ଟ୍ରାକ୍ଟରଟିକୁ ନେଇ ପଳାଥିଲେ। ସେମାନଙ୍କ ଠାରୁ ପ୍ରାଣ ବଞ୍ଚାଇ ଅତିରିକ୍ତ ତହସିଲଦାର ଓ ରାଜସ୍ୱନୀରିକ୍ଷକ ସେଠାରୁ ପଳାଇ ଆସି ସଦର ଉପଜିଲାପାଳଙ୍କୁ ଅବଗତ କରି ବଡ଼ସାହି ଥାନାରେ ଏକ ଅଭିଯୋଗ କରିଛନ୍ତି। ପୁଲିସ୍‍ ବର୍ତ୍ତନା ଗ୍ରାମର ଚାଳକ ଶିବଶଙ୍କର ସିଂ, ମାଲିକ ସୁଶାନ୍ତ ବେହେରା ଓ ସହଯୋଗୀ ଶଙ୍କର ନାୟକ ସମେତ ୧୨ରୁ ଊର୍ଦ୍ଧ୍ବ ଜଣଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆହାତ ରାଜସ୍ୱ ନୀରିକ୍ଷକଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯୋଗ୍ୟ କି, ବଡ଼ସାହିରେ ବାଲି ମାଫିଆ ମାନେ ଏଥିପୂର୍ବରୁ ଏକାଧିକ ଅପରାଧ ଭିଆଇଥିବା ଘଟଣା କାହାରିକୁ ଅଛପା ନାହିଁ। ଘଟଣା ଘଟିଲେ ସମ୍ପୃକ୍ତ ବାଲି ଖାଦାନରେ ୧୪୪ଧାରା ଜାରି କରାଯାଇ ବାଲି ଉତ୍ତୋଳନକୁ ବନ୍ଦ କରାଯାଇଥାଏ। ପରନ୍ତୁ ପରବର୍ତ୍ତୀ ସମୟରେ ମାଫିଆଙ୍କ ହାତବାରସି ସାଜି ପ୍ରଶାସନିକ ଅଧିକାରୀ ବାଲି ଉତ୍ତୋଳନ ପାଇଁ ଅନୁମତି ଦେଇଥାନ୍ତି। ଫଳ ସ୍ୱରୂପ ସେମାନେ ଦିନକୁ ଦିନ ଆଇନକୁ ହାତକୁ ନେଇ ଏପରି ଅଘଟଣ ଭିଆଉଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories