www.samajalive.in
Friday, December 12, 2025
14.1 C
Bhubaneswar

ସାର୍କ ସମ୍ମିଳନୀକୁ ମୋଦୀଙ୍କୁ ନିମନ୍ତ୍ରଣ କରିବ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହେବାକୁ ଯାଉଥିବା ସାର୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯିବ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କହିବା ଆଧାରରେ ଡନ୍‍ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ରେ ଶେଷ ଥର ପାଇଁ ଦକ୍ଷିଣ ଏସିଆ ଆଞ୍ଚଳିକ ସମନ୍ୱୟ ସମିତି (ସାର୍କ)ସମ୍ମିଳନୀ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିଲା। ୨୦୧୬ରେ ପାକିସ୍ତାନରେ ଏହି ସମିଳନୀ ଆୟୋଜନ ହେବାକୁ ଥିବାବେଳେ ଭାରତ ଏଥିରୁ ଦୂରେଇ ରହିବାକୁ ଏହା ବାତିଲ ହୋଇଥିଲା। ଜାମ୍ମୁ-କାଶ୍ମୀରର ଉରିସ୍ଥିତ ସେନା କାର୍ଯ୍ୟାଳୟ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭାରତ ଏହି ସମ୍ମିଳନୀରୁ ଓହରିଯାଇଥିଲା। ଭାରତ ସହିତ ବାଲାଂଦେଶ, ଭୁଟାନ ଓ ଆଫଗାନିସ୍ତାନ ଏହି ସମ୍ମିଳନୀରୁ ଓହରିଯିବା ପରେ ଏହାକୁ ବାତିଲ କରିଦିଆଯାଇଥିଲା। ପୁନର୍ବାର ପାକିସ୍ତାନ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏହି ଅବସରରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଇସଲାମାବାଦ ତତ୍ପର। କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କ ପ୍ରଥମ ବାର୍ତ୍ତରେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲାଗି ଯଦି ଭାରତ ଗୋଟିଏ ପାଦ ଆଗକୁ ଆସେ ତେବେ ପାକିସ୍ତାନ ଦୁଇପାଦ ଆଗକୁ ଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories