www.samajalive.in
Sunday, December 14, 2025
23.1 C
Bhubaneswar

ଟିକେଟ କାଟି ଟ୍ରେନରେ ଯାତ୍ରା କରିବାକୁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଲୋକଙ୍କୁ ସଚେତନତା ସୃଷ୍ଟି

ଗଞ୍ଜାମ: ଗଞ୍ଜାମ ରେଳ ଷ୍ଟେସନରେ ଯାତ୍ରୀମାନେ ବିନା ଟିକେଟ ଯାତ୍ରା ନକରି ଟିକେଟ କାଟି ଯାତ୍ରା କରିବାକୁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଲୋକଙ୍କୁ ପ୍ଲାକାଡ଼ ଧରି ସଚେତନତା ସୃଷ୍ଟି କରାଯାଇଛି। ସୂଚନା ଯୋଗ୍ୟ ଯେ ଦୁଇ ଦ୍ରୁତଗାମୀ ଟ୍ରେନ ତଥା ପୁରୀ ତିରୁପତି ଓ ହୀରାଖଣ୍ଡ ଏକ୍ସପ୍ରେସ ରହଣି ପାଇଁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗତ ଅକ୍ଟୋବର ୨ରେ ଷ୍ଟେସନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବରିଷ୍ଠ ନାଗରିକ ପରିଷଦ ଦାବୀ ମୁତାବକ ଗତ କିଛି ଦିନ ହେବ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରହଣି ହୋଇଥିଲେ ମଧ୍ୟ ପୁରୀ ତିରୁପତିଦ୍ରୁତ ଗାମୀ ଟ୍ରେନ ରହୁନାହିଁ। ରେଳ କର୍ତ୍ତୃପକ୍ଷଙ୍କୁ କହିବା ଅନୁସାରେ ଅଧିକ ଟିକେଟ ବିକ୍ରି ହେଲେ ତିରୁପତି ରହିବାରେ କିଛି ଅସୁବିଧା ହେବ ନାହିଁ।

ଏଥିପାଇଁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ବ୍ରଜ ପାଣିଗ୍ରାହୀ, ସୁଦାମ ଜେନା ଙ୍କୁ ସମେତ ସହରର କିଛି ବ୍ୟକ୍ତି ହାତରେ ପ୍ଲାକାର୍ଡ ଧରି ଷ୍ଟେସନ ଯାଇ ଟିକେଟ କାଟି ଟ୍ରେନରେ ଯାତ୍ରା କରିବାକୁ ଲୋକଙ୍କୁ ସଚେତନତା କରାଉ ଥିବା ଦେଖିବାକୁ ମିଳିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories