www.samajalive.in
Thursday, December 11, 2025
13.1 C
Bhubaneswar

ମାଟିର ସନ୍ତାନଙ୍କୁ ମିଳିବ ପ୍ରାଥମିକତା

ଯାଜପୁର: କଳିଙ୍ଗ ନଗରରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକରେ ଅଗ୍ରାଧିକାର ଭିତ୍ତିରେ ସୁକିନ୍ଦା ଓ ଦାନଗଦୀ ବ୍ଲକର ଶିକ୍ଷିତ ଏବଂ ଯୋଗ୍ୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ମିଳିବ। ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ଜିଲ୍ଲା ପ୍ରଶାସନ ଓ ଶିଳ୍ପ ସମୂହର ନିଷ୍ପତ୍ତି ଆଧାରରେ ସ୍ଥାନୀୟ ମାଟିର ସନ୍ତାନ ମାନଙ୍କ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତି ହୋଇଛି। ଦୀର୍ଘଦିନ ହେଲା ସମସ୍ୟାର କାରଣ ହୋଇଥିବା କଳିଙ୍ଗ ନଗର ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରି ଗମନା ଗମନକୁ ବ୍ୟବସ୍ଥିତ କରିବାକୁ ସ୍ୱତନ୍ତ୍ର କରିଡର ନିର୍ମାଣ ହେବ। ପଦକ୍ଷେପ ସ୍ୱରୂପ ବିଆରପିଏଲ୍ ଏବଂ ଏନଆଇଏନଏଲ୍ କାରଖାନା ଆଗରୁ ବେଆଇନ ପାର୍କିଂ ହଟାଯିବ। ଫଳରେ ଡୁବୁରୀ ଛକ ଠାରୁ ଦାନଗଦୀ ବ୍ଲକ ଅଫିସ ଦେଇ ଲୋକମାନେ ସୁବିଧାରେ ଯାତାୟତ କରିପାରିବେ। ସୁକିନ୍ଦା ଏବଂ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୯ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁଣାତ୍ମକ ଚିକିତ୍ସା ପ୍ରଦାନ ପାଇଁ ଶିଳ୍ପାନୁଷ୍ଠାନ ଗୁଡିକ ସହଭାଗୀ ହେବାକୁ ମନ୍ତ୍ରୀ ଇଂ ଘଡାଇ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଳିଙ୍ଗ ନଗରରେ ଶିଳ୍ପାନୁଷ୍ଠାନ ସହାୟତାରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବାକୁ ନିଷ୍ପତି ନିଆଯାଇଛି। ସେହିଭଳି ସୁକିନ୍ଦା ଓ ଦାନଗଦୀର ସମସ୍ତ ବିଦ୍ୟାଳୟରେ ପାର୍କ ନିର୍ମାଣ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories