ଏହି ସ୍ଥାନରେ ସଚୀନ୍‌ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରାଯିବ

ମୁମ୍ବଇ – ମୁମ୍ବଇରେ ଥିବା ଓ୍ୱାଙ୍ଖେଡ୍‌ ଷ୍ଟାଡିୟମରେ ମହାନ୍‌ କ୍ରିକେଟ ଖେଳାଳୀ ସଚୀନ୍‌ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରାଯିବ । ବୁଧବାରରେ ମମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ସଚୀନ୍‌ଙ୍କୁ ମୂର୍ତ୍ତୀ ଅନାବରଣ କରାଯିବ ।

ଓ୍ୱାଙ୍ଖେ଼ଡ୍‌ ଷ୍ଟାଡିୟମ ସଚୀନଙ୍କ ଘରୋଇ ଖେଳପଡିଆ । ଏହି ସ୍ଥାନରେ ସେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହି ଷ୍ଟାଡିୟମରେ ସଚୀନଙ୍କ ଉଚ୍ଚତାର ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବ । ଭାରତରେ ବିଶ୍ୱକପ୍‌ କ୍ରିକେଟ ମ୍ୟାଚ ଖେଳାଯାଉଥିବା ବେଳେ ଭାରତ ଏବଂ ଶ୍ରୀଲଙ୍କା ମ୍ୟାଚ୍‌ ପୂର୍ବରୁ ସଚୀନ୍‌ଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରାଯିବ । ସଚୀନ୍‌ ମୋଟ୍‌ ୧୫,୯୨୧ ଟେଷ୍ଟ ରନ୍‌ କରିଥିବା ବେଳେ ୧୮,୪୨୬ ରନ୍‌ ଏକ ଦିବସୀୟ ମ୍ୟାଚରେ କରିଛନ୍ତି ।

 

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେ୍ଦ୍ର ଫଡନାଭିସ୍‌ ଏହି ଅବସରରେ ଉପସ୍ଥିତ ରହିବେ । ଓ୍ୱାଙ୍ଖେଡ୍‌ରେ ସଚୀନ ତାଙ୍କର ୨୦୦ ତମ ଏବଂ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।

Comments are closed.