www.samajalive.in
Saturday, December 13, 2025
26.1 C
Bhubaneswar

ଗରିବଙ୍କ ପାଇଁ ରାଜଭବନ ୨୪ ଘଣ୍ଟା ଖୋଲା : ରଘୁବର

ଭୁବନେଶ୍ବର/ପୁରୀ : ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ଶପଥ ନେବେ । ଦିନ ୧୧.୪୫ ରେ ରାଜଭବନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାପୂର୍ବରୁ ସେ ସକାଳେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଶ୍ରୀ ଦାସ ସୋମବାର ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜଭବନରେ ସ୍ୱାଗତ କରିଥିଲେ। ତାଙ୍କ ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ସଚିବ ପ୍ରଦୀପ ଜେନା, ପୁଲିସ ମହା ନିର୍ଦେଶକ ସୁନିଲ ବଂଶଲ ପ୍ରମୁଖ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ଏହାପୂର୍ବରୁ ପ୍ରତ୍ୟୁଷରେ ସେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।

ଏହି ଅବସରରେ ଓଡ଼ିଶାର ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ୱାର ୨୪ ଘଣ୍ଟା ଖୋଲା ରହିବ ବୋଲି ନୂଆ ରାଜ୍ୟପାଳ କହିଛନ୍ତି। ସୋମବାର ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ସେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ସେ କହିଲେ ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ସରକାରୀ ଯୋଜନା ଯେପରି ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ସେ ଗୁରୁତ୍ୱ ଦେବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି।
ସେ କହିଲେ ଭଗବାନ ଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥଙ୍କ ରୂପରେ ପୁରୀରେ ବିଜେ କରିଛନ୍ତି। ଆଧ୍ୟାତ୍ମିକତା କ୍ଷେତ୍ରରେ ଭାରତ ବିଶ୍ୱଗୁରୁ ହୋଇପାରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ସନାତନ ଧର୍ମ ଆଦିକାଳ ଅନନ୍ତ। କେନ୍ଦ୍ର ସରକାର ଦେଶର ଆଧ୍ୟାତ୍ମିକ ସ୍ଥାନଗୁଡ଼ିକର ବିକାଶ କରୁଛନ୍ତି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ରହି ସେ କାର୍ଯ୍ୟ କରିବେ। ଶୋଷିତ ଓ ବଞ୍ଚିତଙ୍କ ପାଖରେ ଯେପରି ସବୁ ସରକାରୀ ଯୋଜନା ପହଞ୍ଚିବ ସେଥିପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ। ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମୁହଁରେ ଯେପରି ହସ ଫୁଟିବ ସେଥିନେଇ ଉଦ୍ୟମ କରିବେ ବୋଲି ରଘୁବର କହିଛନ୍ତି ।
ରେଳ ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିବା ସହ ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସିଂହଦ୍ୱାର ସମ୍ମୁଖରେ ତାଙ୍କୁ ସ୍ୱାଗତ କରିବା ସହ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର, ବିଜେପି ଜାତୀୟ ପରିଷଦ ସଭ୍ୟ ମଧୁସୂଦନ ସିଂହାରୀ, ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ରାଜ୍ୟପାଳ ଶ୍ରୀଦାସ ଓ ତାଙ୍କ ଧର୍ମପତ୍ନୀଙ୍କୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ରାଜ୍ୟପାଳ ଶ୍ରୀଦାସ ରେଳ ଯୋଗେ ସକାଳେ ପୁରୀରେ ଆସି ପହଞ୍ଚି ଥିଲେ। ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ପୁଷ୍ପଗୁଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories