ଗୋପାଳପୁର: ଗୋପାଳପୁର ପୁଲିସ ବାଇକ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ନାରାୟଣପୁର ଗ୍ରାମର ଶ୍ରୀଧର ବେହେରା। ସୂଚନା ପ୍ରକାରେ ଡୁରା଼ ଗ୍ରାମ ସ୍ଥିତ ବ୍ୟାଙ୍କ କୋଲାନିର ଜୟ ରେଡି ଚଳିତ ମାସ ୨୩ ତାରିଖରେ ନିଜ ଘର ସମ୍ମୁଖରେ ନିଜର ବାଇକ ରଖିଥିଲେ। ୨୪ ତାରିଖ ସକାଳୁ ବାଇକଟି ନଥିବାରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ପଥରା ଛକରେ ଗାଡ଼ି ଯାଞ୍ଚ ସମୟରେ ଅଭିଯୁକ୍ତ ଶ୍ରୀଧରକୁ କାବୁ କରିବା ସହ ତାହା ନିକଟରୁ ଚୋରି ବାଇକ ଉଦ୍ଧାର ସହ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି।
Popular Categories



