www.samajalive.in
Saturday, December 13, 2025
26.1 C
Bhubaneswar

ଆମ ଓଡ଼ିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ, ୧୨ଟି ପଞ୍ଚାୟତରେ ୧୮୬ଟି ପ୍ରକଳ୍ପ ପାଇଁ ୬କୋଟି ମଞ୍ଜୁର

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ମିନି ଷ୍ଟାଡିୟମଠାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରୀପେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଘୋଷଣା କରାଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଉଦବୋଧନ ଦେଇ ବ୍ଲକର ୧୨ଗୋଟି ପଞ୍ଚାୟତରେ ୧୮୬ଗୋଟି ପ୍ରକଳ୍ପ ପାଇଁ ୬କୋଟି ଟଙ୍କା ଅନୁଦାନ ଆସିଥିବା ପ୍ରକାଶ କରିଥିଲେ।

ଏହି ଅନୁଦାନ ରାଶିକୁ ବ୍ଲକର ବିଭିନ୍ନ ଦେବାଳୟ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀ କେନ୍ଦ୍ର, ଜଗନ୍ନାଥ ସଂସ୍କୃତି ଓ ମନ୍ଦିର ସଂରକ୍ଷଣ , ଶିକ୍ଷା ଓ ସ୍ବାସ୍ଥ୍ୟର ରୂପାନ୍ତରୀକରଣ, ଗାଁ ଗୁଡ଼ିକର ଗମନାଗମନ ଓ ପରିବହନ ବ୍ୟାଙ୍କ ସେବା ତଥା କୃଷକ ସଶକ୍ତିକରଣ ଆଦି ଭଳି ପ୍ରକଳ୍ପରେ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତକୁ ୫୦ଲକ୍ଷ ଲେଖାଏଁ ପ୍ରକଳ୍ପ ଗୁଡ଼ିକ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ମଞ୍ଜୁର କରିଛନ୍ତି।

- Advertisement -

ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ, ପିଏ ଆଇଟିଡିଏ ରୀନା ପ୍ରଧାନ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଗମାଙ୍ଗ, ଜିଲା ପରିଷଦ ସଭ୍ୟ (କ) ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ (ଖ) ସୁରେଶ ଗମାଙ୍ଗ, ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ବ୍ଲକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗି, ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା, ସୁଣ୍ଡିଢାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା, ବ୍ଲକ ଯୁବ ସଭାପତି ସଞ୍ଜୟ ପ୍ରଧାନ, ଜିଲା ଯୁବ ଉପସଭାପତି ଅମିତ ମହାରଣା, ବନମାଳୀ ମହାରଣା, ଜଗଦୀଶ ନାୟକ ବେହେରା, ମକରଧ୍ବଜ ଧୋବା, ସଞ୍ଜୀବ ଗାଣ୍ଟା, ଦାଶରଥ ଲିମା, ଗୋବିନ୍ଦ, ସିଂଙ୍କୁ ପଣ୍ଡା, ରଞ୍ଜନ ନାୟକ ବେହେରାଙ୍କ ସହ ସ୍ବୟଂ ସହାୟକ ଗୋଷ୍ଠୀ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବ୍ଲକର ସମସ୍ତ ଅଧିକାରୀ କର୍ମଚାରୀଙ୍କ ସମେତ ୩ହଜାରରୁ ଅଧିକ ଜନସାଧାରଣ ଯୋଗଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories