Patra electronics

ନାବାଳିକା ଦୁଷ୍କର୍ମ ମାମଲା: ଫେରାର ଅଭିଯୁକ୍ତ ବାୟୁସେନା ଅଧିକାରୀଙ୍କ ଆତ୍ମସମର୍ପଣ

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଫେରାର ଥିବା ଅଭିଯୁକ୍ତ ବାୟୁସେନା ଅଧିକାରୀ କୋରିମିଲି ଭେଙ୍କଟ ଶ୍ରୀନିବାସ ଆତ୍ମସମର୍ପଣ କରିଛନ୍ତି। ସୋମବାର ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଅଭିଯୁକ୍ତ ଅଧିକାରୀ କେ.ଭି. ଶ୍ରୀନିବାସ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବାୟୁସେନା ଗ୍ରୁପ କ୍ୟାପିଟେନ ଥିଲେ ଶ୍ରୀନିବାସ। ଜଣେ ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୁକ୍ତ ନାଁରେ ଜୁନ ୨୮ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଏତଲା ହୋଇଥିଲା। ଏହାପରଠାରୁ ଅଭିଯୁକ୍ତ ଅଧିକାରୀ ଶ୍ରୀନିବାସଙ୍କୁ ଗିରଫ କରିବାକୁ ପୁଲିସ ଖୋଜୁଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ୨ ଥର ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ପତ୍ତା ମିଳି ନଥିଲା। ତେବେ ଘଟଣାର ୪ ମାସ ପରେ ଆଜି ଅଭିଯୁକ୍ତ ବାୟୁସେନା ଅଧିକାରୀ କେ.ଭି. ଶ୍ରୀନିବାସ ଆତ୍ମସମର୍ପଣ କରିଛନ୍ତି।

Comments are closed.