www.samajalive.in
Saturday, December 6, 2025
16.1 C
Bhubaneswar

ମରାଠା ସଂରକ୍ଷଣ ନିଆଁରେ ଜଳିଲା ଏନସିପି ବିଧାୟକଙ୍କ ଘର

ମୁମ୍ବଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ନିଆଁ ତେଜିବାରେ ଲାଗିଛି। ମରାଠା ସଂରକ୍ଷଣ ନିଆଁରେ ଜଳୁଛି ବିଡ୍‌। ଆନ୍ଦୋଳନକାରୀମାନେ ଏବେ ହିଂସାତ୍ମକ ରୂପ ଧାରଣ କରିଛନ୍ତି। ସଂରକ୍ଷଣକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନେ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ବିକ୍ଷୋଭକାରୀମାନେ ବିଡ୍‌ସ୍ଥିତ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ବାସଭବନରେ ପ୍ରଥମେ ଭଙ୍ଗାରୁଜା କରିଥିଲେ ଏବଂ ପରେ ଘରେ ନିଆଁ ଲଗାଇ ଦେଇଥିଲେ। ଉତ୍ୟକ୍ତ ବିକ୍ଷୋଭକାରୀ ଅନେକ ବାଇକ୍ ଓ କାରରେ ନିଆଁ ଲଗାଇବା ସହ ଘର ଜାଳି ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପ୍ରକାଶ ସୋଲଙ୍କେଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ମରାଠା ସଂରକ୍ଷଣ ଦାବି କରୁଥିବା ନେତା ମନୋଜ ଜରାଙ୍ଗେଙ୍କ ବିରୋଧରେ ସେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ପ୍ରକାଶଙ୍କ ଘର ଉପରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି।

ଘର ଜାଳିଦେବା ଘଟଣା ପରେ ପ୍ରକାଶ ସୋଲଙ୍କେଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ବିକ୍ଷୋଭକାରୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ବେଳେ ସେ ଏବଂ ତାଙ୍କ ପରିବାର ଘର ଭିତରେ ଥିଲେ। ସେ କହିଛନ୍ତି ଯେ, ସୌଭାଗ୍ୟବସତଃ ତାଙ୍କ ପରିବାର ଏବଂ ଘରର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହି ଘଟଣାରେ ସେମାନଙ୍କର କୌଣସି କ୍ଷତି ହୋଇନାହିଁ। କିନ୍ତୁ ନିଆଁ ଲଗାଇବା କାରଣରୁ ତାଙ୍କର ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ଘଟିଛି।

- Advertisement -

ଅପରପକ୍ଷେ, ଘଟଣାକୁ ନେଇ ମରାଠା ସଂରକ୍ଷଣ ଆନ୍ଦୋଳନ ଭୁଲ୍ ଦିଗ ଆଡ଼କୁ ଯାଉଥିବା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories