www.samajalive.in
Sunday, December 7, 2025
16.1 C
Bhubaneswar

ବେଆଇନ ପାର୍କିଂ ଯୋଗୁ ବଢ଼ୁଛି ଦୁର୍ଘଟଣା

ଧାମରା : ଧାମରା ଅଞ୍ଚଳରେ ବେଆଇନ ଟ୍ରକ, ଟିପ୍ପର ଏବଂ ହାଇଓ୍ବା ପାର୍କିଂ ଯୋଗୁ ଦୁର୍ଘଟଣା ଦିନକୁ ଦିନ ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି। ଏହି ଦୁର୍ଘଟଣାକୁ କିଏ ରୋକିବ ସେ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ଗୋଟିଏ ପଟରେ ଜିଲ୍ଲା ପ୍ରଶାସନ ନିଜର ଅକ୍ଷମତା ପ୍ରକାଶ କରୁଥିବା ବେଳେ ଧାମରା ବନ୍ଦର କର୍ତ୍ତୃପକ୍ଷ କେବଳ ନିଜ ଅଞ୍ଚଳରେ ଏହି ମାଲ ପରିବହନ ଗାଡିକୁ ପାର୍କିଂ କରାଇବାରେ ସକ୍ଷମ ହେଉଛି ବୋଲି କହୁଥିବା ବେଳେ ପ୍ରକୃତରେ ସେମାନଙ୍କର ଅକ୍ଷମତା ଦିନକୁ ଦିନ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି।

ପ୍ରାପ୍ତ ଖବରରୁ ଜଣାଯାଇଛି, କେନ୍ଦୁଝର ଜିଲ୍ଲାରୁ ଧାମରା ବନ୍ଦରକୁ ଖଣିଜ ପଥର ପରିବହନ କରୁଥିବା ଟ୍ରକଗୁଡିକର ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ବଢ଼ୁଛି। ଜାମୁଝାଡିଠାରୁ ଆରମ୍ଭ କରି ଧାମରା ପର୍ଯ୍ୟନ୍ତ ଦୀର୍ଘ ୬୦ କି.ମି. ରାସ୍ତାରେ ସବୁ ସମୟରେ ରାଜପଥର ଉଭୟ ପାର୍ଶ୍ବରେ ଲମ୍ବା ଲାଇନରେ ଏହି ସମସ୍ତ ମାଲ ପରିବହନ କରୁଥିବା ଟ୍ରକଗୁଡିକ ଦୀର୍ଘ ସମୟ ଧରି ଛିଡା ହୋଇ ରହୁଛି। ଏହା ଫଳରେ ରାସ୍ତା ସଂପୂର୍ଣ୍ଣ ସଂକୁଚିତ ହେବା ସହ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି କରୁଛି। ଏହି ରାସ୍ତା ନିର୍ମାଣ ସମୟରେ ଗାଡି ପାର୍କିଂକୁ ନେଇ ସଠିକ ସ୍ଥାନରେ ରାସ୍ତା ଓସାରିଆ ହୋଇ ନଥିବା ବେଳେ ସେହି ସମୟରେ ଏହାକୁ ଦୃଷ୍ଟି ଦିଆଗଲା ନାହିଁ। ଫଳରେ ଏହି ରାସ୍ତାରେ ସବୁଦିନ କେଉଁଠି ନା କେଉଁଠି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଧାମରା ବନ୍ଦର କର୍ତୁପକ୍ଷ କେବଳ ନିଜ ଅଂଚଳରେ ଅର୍ଥାତ ଡିଆଇ ରୋଡଠାରୁ ଆରମ୍ଭ କରି ଧାମରା ବନ୍ଦର ୧ନଂ ଗେଟ୍ ପର୍ଯ୍ୟନ୍ତ ରାସ୍ତାକୁ ନିଜସ୍ୱ ପାକିଁ ଅଞ୍ଚଳ କହୁଥିବା ବେଳେ ଏହି ଅଂଚଳରେ କେତୋଟି ହାତ ଗଣତି ଟ୍ରକ, ଟିପ୍ପରକୁ ଛାଡ଼ି ଦେଲେ ଆଶାତୀତ ଭାବେ ବହୁ ଟ୍ରକ ଓ ଟିପ୍ପର ରାସ୍ତା ଉପରେ ଦଣ୍ଡାୟମାନ। ଫଳରେ ଏହି ସମସ୍ତ ଗାଡି ଗୁଡିକୁ ଟ୍ରାଫିକ କଂଟ୍ରୋଲ କରିବା ଧାମରା ପୁଲିସ, ବାଂଶଡା ପୁଲିସ ଏବଂ ଧାମରା ମେରାଇନ ପୁଲିସ ଦ୍ୱାରା ସମ୍ଭବ ହୋଇ ପାରୁନାହିଁ। କେତେବେଳେ କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ କେବଳ ପୁଲିସ ପ୍ରଶାସନ ସେହି ସ୍ଥାନରେ ପହଞ୍ଚି ମୃତଦେହ ଉଠିବା ପର୍ଯ୍ୟନ୍ତ ଟ୍ରାଫିକ କଂଟ୍ରୋଲ କରିଥାଏ ପରେ ଯଥା ପୂର୍ବମ୍ ତଥା ପରମ୍ ନ୍ୟାୟରେ ପୁଲିସ ପ୍ରଶାସନ କଂଟ୍ରୋଲ କରିବା ସମ୍ଭବ ହୋଇ ପାରୁନାହିଁ।

- Advertisement -

ଅନ୍ୟ ପକ୍ଷରେ ପୁଲିସ ପ୍ରଶାସନ ବେସରକାରୀ ସଂସ୍ଥାକୁ କାହିଁକି ନିରାପତ୍ତା ଦେବ ବୋଲି ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି? ଏହି ରାସ୍ତାର ଦୁଇ ପାର୍ଶ୍ବରେ ଗାଡ଼ିଗୁଡିକ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା କାରଣରୁ ସାଧାରଣ ଯାତ୍ରୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ଗାଡି ଗୁଡିକୁ ବାରଣ କରିବାକୁ କେହି ନଥିବା ବେଳେ ସେମାନେ ନିଜ ଇଛାରେ ରାସ୍ତାକୁ ଚଢାଇ ରଖୁଛନ୍ତି। ଏହି ୬୦ କି.ମି ରାସ୍ତାରେ ଡିଭାଇଡର ନଥିବା ଯୋଗୁ ଦୁର୍ଘଟଣା ବଢ଼ୁଛି ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। ସୁରକ୍ଷିତ ଭାବେ ଏହି ଟ୍ରକଗୁଡିକର ଟ୍ରାଫିକ ପରିଚାଳନା ପାଇଁ କେହି ସଜାଗ ନଥିବା ଜଣାଯାଇଛି। ଗୋଟିଏ ପଟରେ ବେସରକାରୀ ସଂସ୍ଥା ଅନ୍ୟ ପକ୍ଷରେ ପୁଲିସ ବିଭାଗରେ ଆବଶ୍ୟକତାଠାରୁ ବହୁ କମ ଷ୍ଟାଫ ଥିବାରୁ କିଏ ବା କାହିଁକି ଏହି ଦାୟିତ୍ୱ ତୁଲାଇବ ତାହା କହିବା କଷ୍ଟକର ବ୍ୟାପାର। ଦୁର୍ଘଟଣା ଏଡାଇବା ଏବଂ ସାଧାରଣ ପଥଚାରୀ, ବାଇକ ଆରୋହୀଙ୍କୁ ସୁରକ୍ଷିତ ଭାବେ ଯାତାୟତ କରିବା ଉପରେ ଗୁତୁତ୍ୱ ଦେବାକୁ ଅଂଚଳବାସୀ ଜିଲ୍ଲା ପ୍ରଶାସନ ପାଖରେ ଦାବୀ ରଖିଥିବା ବେଳେ ରାସ୍ତା ନିରପତ୍ତା କଥା କିଏ ବୁଝିବ ତାହା ଅତ୍ୟନ୍ତ ଦୂରୁହ ବ୍ୟାପର ହୋଇ ପଡ଼ିଛି। ଏହି ରାଜପଥରେ ଯାତାୟତ କରୁଥିବା ଲୋକ ଦୁର୍ଘଟଣାରେ ମୃତ୍ୟୁର ଶିକାର ହେଉଥିବା ବେଳେ ରାସ୍ତା ଜାମ୍ ଫଳରେ ସାଧାରଣ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଧାମରାରୁ ଏବଂ ଧାମରାକୁ ଯାଉଥିବା ଯାତ୍ରୀବାହୀ ବସ ଗୁଡିକ ଠିକ ସମୟରେ ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରୁନାହିଁ। ଆମ୍ବୁଲାନ୍ସ ମଧ୍ୟ ରୋଗୀଙ୍କୁ ବହନ କରି ନେଉଥିବା ବେଳେ ଏହି ଟ୍ରାଫିକ ସମସ୍ୟା ପାଇଁ ଠିକ ସମୟରେ ମେଡିକାଲରେ ପହଞ୍ଚି ପାରୁ ନଥିବା ବେଳେ ବହୁ ସମୟରେ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ବହୁ ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ଧାମରା ବନ୍ଦର କର୍ତ୍ତୃପକ୍ଷ ଏହି ଟ୍ରାଫିକ ସମସ୍ୟାକୁ ସରଳ ଭାବେ ଆଲୋଚନା କରି ଏହି ସମସ୍ୟା ରସମାଧାନ କରିବା ଜରୁରୀ ହୋଇ ପଡ଼ିଛି। ନଚେତ ଆଗାମୀ ଦିନରେ ଏହି ସମସ୍ୟା ଜଟିଳ ହେଲେ ଅଂଚଳବାସୀ ଆଇନକୁ ହାତକୁ ନେବେ ବୋଲି ଚର୍ଚ୍ଚା ଚାଲିଛି ନଚେତ ଏଥିପ୍ରତି ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟି ରହିବ। ଏହି ଜାମୁଝାଡି-ଧାମରା ୬୦କି.ମି ରାସ୍ତାକୁ ରାଜ୍ୟ ସରକାର ନିଜର ରାଜପଥ ବୋଲି ଘୋଷଣା କରିଥିବା ବେଳେ ଏହି ରାଜପଥର କୌଣସି ନମ୍ବର ନାହିଁ। ଅନ୍ୟ ପକ୍ଷରେ ଜାତୀୟ ରଜପଥ ପ୍ରାଧିକରଣ ସଂସ୍ଥା ୨୦୧୮ ମସିହାରେ ଏହି ରାଜପଥକୁ ଜାତୀୟ ରାଜପଥରେ ସାମିଲ କରିବା ସହ ଏହାକୁ ୪ ଟିକିଆ ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ଆହ୍ୱାନ କରିଥିଲେ ମାତ୍ର ଗୋଟିଏ ପଟରେ ରାଜ୍ୟ ସରକାର ଏହି ରାଜପଥକୁ କୌଣସି ନଂ ପ୍ରଦାନ କରି ନଥିବା ବେଳେ ଏହାକୁ କେନ୍ଦ୍ର ସରକାର ନିଜର ସାବତ ମାର ପୁଅ ବୋଲି ଭାବି କୌଣସି ଦୃଷ୍ଟି ଦେଉ ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories