www.samajalive.in
Sunday, December 7, 2025
13.1 C
Bhubaneswar

୬ଷ୍ଠ ବିଜୟ ସହ ଶୀର୍ଷକୁ ଫେରିଲା ଭାରତ

ଲକ୍ଷ୍ନୌ  : ୨୦୧୯ ବିଶ୍ବକପରେ ଏକଦା ଭାରତ କ୍ରମାଗତ ୫ଟି ମ୍ୟାଚ ଜିତି ଟେବୁଲର ଶୀର୍ଷ ସ୍ଥାନରେ ରହିଥିବାବେଳେ ୭ମ ମ୍ୟାଚରେ ଇଂଲଣ୍ଡ ଝଟ୍‌କା ଦେଇଥିଲା। ୪ ବର୍ଷ ପରେ ପୁଣି ଥରେ ଭାରତ ଏହାର ମଧୁର ପ୍ରତିଶୋଧ ନେଇଛି। ୨୦୨୩ ବିଶ୍ବକପରେ କ୍ରମାଗତ ୫ଟି ମ୍ୟାଚ ଜିତିଥିବା ଭାରତ ୬ଷ୍ଠ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଏଜବାଷ୍ଟନ ପରାଜୟର ପ୍ରତିଶୋଧ ଏକ୍‌ନାରେ ନେଇଛି। ୨୦୧୯ ବିଶ୍ବକପର ଏଜବାଷ୍ଟନରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୩୧ରନରେ ଭାରତକୁ ପରାସ୍ତ କରିଥିଲା। ଉକ୍ତ ବିଶ୍ବକପରେ ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ୫ଟି ମ୍ୟାଚ ଜିତିଥିଲା। ଇଂଲଣ୍ଡ ଭାରତକୁ ରୋକିବାରେ ସଫଳ ହୋଇଥିଲା। ଚଳିତ ବିଶ୍ବକପରେ ଭାରତ ୬ଟି ମ୍ୟାଚରୁ ୬ଟି ବିଜୟ ସହ ୧୨ ପଏଣ୍ଟ ପାଇ ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ଇଂଲଣ୍ଡ ୫ମ ପରାଜୟ ସହ ସର୍ବନିମ୍ନ ସ୍ଥାନରେ ରହିଛି। ଏଥିସହ ବିଶ୍ବକପ୍‌ରେ ଭାରତ ଇଂଲଣ୍ଡ ବିପକ୍ଷରେ ନବମ ମୁକାବିଲାରେ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟ ୮ଟି ମଧ୍ୟରୁ ଇଂଲଣ୍ଡ ୪ଟି ବିଜୟ ହାସଲ କରିଥିବା ବେଳେ ୨୦୧୧ ସଂସ୍କରଣର ମ୍ୟାଚ୍‌ଟି ବିନା ଫଇସଲାରେ ଶେଷ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories