www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ବଲ ଅନୁଷ୍ଠାନ ପକ୍ଷରୁ ବିଶାଳ ରକ୍ତଦାନ ଶିବିର, ୩୦୨ ୟୁନିଟ ସଂଗ୍ରହ

ସମ୍ବଲପୁର : ସମ୍ବଲପୁରର ସ୍ବେଛାସେବୀ ଅନୁଷ୍ଠାନ ସମ୍ବଲ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଡାକ୍ତର ରାଧାନାଥ ରଥ କମୁନିଟି ସେଣ୍ଟରରେ ରବିବାର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରକୁ ଅନୁଷ୍ଠାନିକ ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ରେଡକ୍ରସ ସମ୍ପାଦକ ଜୟ ଜର୍ଜ ମିଳିତ ଭାବରେ ଉଦଘାଟନ କରିଥିଲେ। ସମ୍ବଲର ଉପଦେଷ୍ଟା ଉଦ୍ଧବ ମହାପାତ୍ର, ହେମନ୍ତ ମିଶ୍ର, ପ୍ରତାପ କର, କାଳିଦାସ ପଣ୍ଡା, ସଭାପତି ଶଙ୍କର ପ୍ରସାଦ ପତି, ସମ୍ପାଦକ ସୁବ୍ରତ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏହି ଶିବିରରେ ୩୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ସମ୍ବଲର ସଂଯୋଜକ ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଆୟୋଜନ କରାଯାଇଥିଲା। ଶିବିରକୁ ଉଭୟ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ଶ୍ରୀନିବାଶ ପ୍ରଧାନ ଏବଂ ଡାକ୍ତର ଶୁଭ୍ରାଞ୍ଜଳି ପ୍ରଧାନ ଟେକନିସିୟେନ ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ପଦ୍ମିନୀ ଶତପଥୀ ଓ ସମ୍ବଲପୁର ରକ୍ତ ଭଣ୍ଡାରର ଡାକ୍ତର କଳ୍ପେଶ କାକଡ଼, ସନ୍ତୋଷ ଗୌଡ଼, କର୍ମଦେବ ପଟେଲ, ତାପସ ନାୟକ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ। ଏଥିରେ ସମ୍ବଲପୁରର ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ। ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଲୋକ ସେବକ ମଣ୍ଡଳ ସମ୍ବଲପୁର ଶାଖା ତରଫରୁ ରାଧାନାଥ କମୁନିଟି ସେଣ୍ଟର ଦେଇଥିବାରୁ ସମ୍ବଲ ଅନୁଷ୍ଠାନ ତରଫରୁ ଲୋକ ସେବକ ମଣ୍ଡଳ ସମ୍ବଲପୁର ଶାଖାକୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories