www.samajalive.in
Sunday, December 14, 2025
19.1 C
Bhubaneswar

କଲମପୁର ସମିତି ସଭାଗୃହ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ

କଲମପୁର: ଆଜିକୁ ଠିକ୍ ୨୪ ବର୍ଷ ତଳେ ଆଜିର ଦିନରେ ଅକ୍ଟୋବାର ୨୯. ୧୯୯୯ ମସିହାରେ ଓଡିଶାରେ ମହାବାତ୍ୟା ରଚିଥିଲା ମହାତାଣ୍ଡବ। ପ୍ରଭାବିତ ହେଇଥିଲା ଜନ ଜୀବନ। ବିପର୍ଯ୍ୟସ୍ତ ହେଇଥିଲା ଓଡିଶା। ସମଗ୍ର ଭାରତ ବର୍ଷରେ ଓଡିଶାର ମହାବାତ୍ୟାର ମହାତାଣ୍ଡବ ନେଇ ଲାଗି ରହିଲା ଚର୍ଚ୍ଚା। ଅନେକେ ନିଜ ପରିବାର ଲୋକଙ୍କୁ ହରାଇଲେ। ନିଶ୍ଚିହ୍ନ ହେଇଯାଇଥିଲା ଅନେକ ଗାଁ ଗଣ୍ଡା। ନିଜ ଭିଟା ମାଟି ସମୂଦ୍ରରେ ମିଶିଗଲା। ସେହି ଦିନର କରାଳ ଚିତ୍ର ମନେ ପଡିଲେ ଏବେ ସମଗ୍ର ଦେହ ଭୟରେ ଶିତେଇ ଉଠେ। ସେହି ଦିନକୁ ସମସ୍ତଙ୍କ ମନରେ ସତର୍କତା ଭାବେ ମନେ ରଖିବା ପାଇଁ ୨୯ ଅକ୍ଟୋବରକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଂସ୍ତା ପକ୍ଷରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ଦିବସ ଭାବେ ପାଳନ କରି ଆସୁଛି।

ରବିବାର କଲମପୁର ସମିତି ସଭାଗୃହ ଠାରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଉପସ୍ଥିତିରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଛି। ଏଥିରେ ସମିତି ଅଧ୍ୟକ୍ଷା ମୋତି ବିହାରୀ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରାଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସଂସ୍ଥା ଏବଂ କଳାହାଣ୍ଡି ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ସହଯୋଗରେ କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ନଈ ବଢି ହେଉକି ଅଂଶୁଘାତ ଅଥବା ଘର ପୋଡି ହେଉକି ବନ୍ୟା ବାତ୍ୟା ଭଳି ବପର୍ଯ୍ୟୟ ଆସିଲେ ତାର ସଠିକ ମୁକାବିଲା କିଭଳି କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜିତେନ୍ଦ୍ର କୁମାର ପରିଚାଳନା କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories