www.samajalive.in
Sunday, December 7, 2025
26.1 C
Bhubaneswar

ଝାଙ୍କରପାଲି-ଲାଉମାଲରେ ବଏଲ୍ ଯାତ୍ରା

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଝାଙ୍କରପାଲି-ଲାଉମାଲର ତୁଲାରାମାସ୍ଥିତ ସମଲେଶ୍ବରୀ ଦେବୀଙ୍କ ପୀଠରେ ବଏଲ୍ ଯାତ୍ରା ରବିବାର ଉଦଯାପିତ ହୋଇଯାଇଛି। ଚନ୍ଦ୍ର ଗ୍ରହଣ ଯୋଗୁଁ ବିଳମ୍ବିତ ରାତିରେ ବଏଲ୍ ଯାତ୍ରା ଆରମ୍ଭ ହୋଇ ଆଜି ଅପରାହ୍ନରେ ଉଦଯାପିତ ହୋଇଥିଲା। ବଏଲ୍ ଯାତ୍ରା ଉପଲକ୍ଷେ ମା’ସମଲେଶ୍ବରୀଙ୍କ ବିଧିମତେ ପୂଜାର୍ଚ୍ଚନା ଓ ହୋମ ଆଦି ବିଧି ସମ୍ପନ୍ନ କରାଯାଇ ବିଳମ୍ବିତ ରାତି ପ୍ରାୟ ୩ଟାରେ ଦେବୀ ବାହନ ବରୁଆ ମନ୍ଦିରରୁ ଗ୍ରାମ ପରିକ୍ରମାରେ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ବରୁଆ ଝାଙ୍କରପାଲି ଏବଂ ଲାଉମାଲ ଗ୍ରାମ ପରିକ୍ରମା କରିବା ଅବସରରେ ବରୁଆକୁ ସ୍ବାଗତ କରାଯାଇ ପୂଜାର୍ଚ୍ଚନା କରି ଭୋଗ ଅର୍ପଣ କରାଯାଇଥିଲା। ବଏଲ୍ ଯାତ୍ରା ଉପଲକ୍ଷେ ମନ୍ଦିର ଅଞ୍ଚଳରେ କୃଷ୍ଣଗୁରୁ ଭଜନ, ଅର୍କେଷ୍ଟ୍ରା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋଚନ ବଢେଇ ବରୁଆ ଏବଂ ରାମେଶ୍ଵର ନାଏକ ଗୁଡି ପୂଜା ଦାୟିତ୍ବ ତୁଲାଇଥିବା ବେଳେ ଗୌନ୍ତିଆ-ରାଧେଶ୍ୟାମ ନାଏକ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ। ମନ୍ଦିରରୁ ବରୁଆ ଗ୍ରାମ ପରିକ୍ରମାରେ ବାହାରିବା ପୂର୍ବରୁ ଅଞ୍ଚଳର ଝାଙ୍କର କୈଳାସ ଚନ୍ଦ୍ର ନାଏକଙ୍କ ଘରକୁ ମନ୍ଦିରରୁ ପାହୁର୍ ଯାଇଥିଲା। ଜଗଦିଶ ଶତପଥି ଚଣ୍ଡିପାଠ ଓ ହୋମ ବିଧି ସମ୍ପନ୍ନ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories