www.samajalive.in
Monday, December 8, 2025
14.1 C
Bhubaneswar

ଅମୃତ ବାଟିକାରେ ସ୍ଥାପନ ହେବ ଓଡ଼ିଶାର ଭାବାବେଗ ଓ ଓଡ଼ିଆ ଅସ୍ମିତା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ‘ମୋ ମାଟି ମୋ ଦେଶ’ ଅଭିଯାନ ସମଗ୍ର ଭାରତବର୍ଷରେ ରାଷ୍ଟ୍ରୀୟ ଏକତା ଏବଂ ଦେଶପ୍ରେମର ନବଜାଗରଣ ସୃଷ୍ଟି କରିପାରିଛି । ଆଜି ସ୍ୱତନ୍ତ୍ର ଟ୍ରେନରେ ଓଡ଼ିଶାର ଭାବାବେଗ ଏବଂ ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଯାଇଥିବା ଅମୃତ କଳସର ମାଟି କର୍ତ୍ତବ୍ୟ ପଥରେ ରହିବା ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅମୃତ ବାଟିକାରେ ସ୍ଥାପନା ହେବ, ଯାହା ଆମ ପାଇଁ ଗୌରବର ବିଷୟ ବୋଲି ଶନିବାର ଭୁବନେଶ୍ୱର ଷ୍ଟେସନରେ ‘ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରିବା ଅବସରରେକେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ରାମ ମନ୍ଦିର ଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଆୟୋଜିତ ଅମୃତ କଳସ ଯାତ୍ରାରେ ସାମିଲ ହୋଇଥିଲେ। ଏହି ଯାତ୍ରାରେ କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ ଏବଂ ନାଗରିକମାନେ ‘ମୋ ମୋଟି ମୋ ଦେଶ’ ଅଭିଯାନରେ ଓଡ଼ିଶାର ଗାଁ ମାନଙ୍କରୁ ସଂଗୃହିତ ହୋଇଥିବା ସମସ୍ତ ପବିତ୍ର ମାଟି କଳସକୁ ଧରି ଚାଲିଚାଲି ଭୁବନେଶ୍ୱର ରେଳ ଷ୍ଟେସନ ପର୍ଯ୍ୟନ୍ତ ନେଇଥିଲେ ।
 ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ସୌଭାଗ୍ୟର ଦିନ । ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଆମ ଦଳର କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀଙ୍କ ସମେତ ଅନେକ ପ୍ରତିନିଧି ଶୁଭାରମ୍ଭ ହୋଇଥିବା ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଇଛନ୍ତି । ଏହି ମାଟି ସ୍ୱରୂପ ଓଡ଼ିଶାର ଭାବାବେଗ ଓ ଓଡ଼ିଆ ଅସ୍ମିତାକୁ ନେଇ ସେମାନେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ରଖିବେ। ଓଡ଼ିଶା ସମେତ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ସବୁ ମାଟିକୁ କର୍ତ୍ତବ୍ୟ ପଥରେ ଏକାଠି କରାଯିବା ପରେ ଆସନ୍ତା ୩୧ ତାରିଖ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା କରିବେ ।
ଓଡ଼ିଶାରେ ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀର ହରେକୃଷ୍ଣପୁରରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ୱ ଗାଁରୁ ମାଟି ସଂଗ୍ରହ କରାଯିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ। ଓଡ଼ିଶାରେ ଦଳ ମତ ନିର୍ବିଶେଷରେ ସବୁ ବର୍ଗର ଲୋକମାନେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ବାଜି ରାଉତ, ଲକ୍ଷ୍ମଣ ନାୟକ, ଧରଣୀଧର ନାଏକ, ସାରଙ୍ଗଧର ଦାସ, ବିକା ନାୟକଙ୍କ ପରି ସାହସୀ ସଂଗ୍ରାମୀ ଏବଂ କାର୍ଗିଲ ଯୁଦ୍ଧ ସମେତ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ମୋ ମାଟି ମୋ ଦେଶ ଅଭିଯାନକୁ ସଫଳ କରିଥିବା ପ୍ରତ୍ୟେକ ଗୁରୁଜନ, ମାଆ ଭଉଣୀ, ଯୁବସାଥୀ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ସମସ୍ତଙ୍କର ଉତ୍ସର୍ଗୀକୃତ ମନୋଭାବ ଓ ଦେଶ ପ୍ରତି ଥିବା ଶ୍ରଦ୍ଧା ପାଇଁ ଆଜି ଏହା ସଫଳ ହୋଇପାରିଲା । ଏହି କଳସ ଶୋଭାଯାତ୍ରାରେ କାର୍ଯ୍ୟକର୍ତ୍ତା, ମାତୃଶକ୍ତି ଓ ନାଗରିକମାନେ ସାମିଲ ହୋଇ ‘ମାଟି କଳସ’କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories