www.samajalive.in
Sunday, December 14, 2025
14.1 C
Bhubaneswar

ବୋଲିଂକୁ ନେଇ ଦ୍ବନ୍ଦ୍ବରେ ଭାରତ

ନୂଆଦିଲ୍ଲୀ : କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ରେ କେଉଁ ବୋଲରଙ୍କୁ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ ତାହାକୁ ନେଇ ମ୍ୟାନେଜମେଣ୍ଟ ଦ୍ବନ୍ଦ୍ବରେ ରହିଥିବା ଜଣାପଡ଼ିଛି।
ଆହତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ବ କରିପାରିବେ ନାହିଁ। ଏପରି ସ୍ଥିତିରେ ଦଳରେ ୬ଷ୍ଠ ବୋଲର ଭାବେ କିଏ ଦାୟିତ୍ବ ନିର୍ବାହ କରିବ ତାହାକୁ ନେଇ ମ୍ୟାନେଜମେଣ୍ଟ ତରଫରୁ ଅଙ୍କକଷା ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ହାର୍ଦିକ ଖେଳିନଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ କରିବାକୁ ପଡ଼ିଥିଲା। ବ୍ୟାଟସମ୍ୟାନ୍‌ ଭାବେ ସୂର୍ଯ୍ୟକୁମାର ଯାଦବ ଓ ବୋଲର ଭାବେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ସଫଳତା ମିଳିଥିଲେ ମଧ୍ୟ ଆଗାମୀ ମ୍ୟାଚ୍‌ରେ ଏପରି ବ୍ୟବସ୍ଥା କାମ କରିବ କି ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କାବ୍ୟକ୍ତ କରାଯାଇଛି। ବିଶ୍ବକପ୍‌ରେ ଭାରତୀୟ ଦଳ ପରିବେଶ ଓ ପିଚ୍‌କୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଏକାଦଶ ମନୋନୟନ କରୁଛି। ସ୍ପିନରଙ୍କୁ ସହାୟତା ପ୍ରଦାନ କରୁଥିବା ପିଚ୍‌ରେ ଅଶ୍ବିନଙ୍କୁ ସୁଯୋଗ ମିଳୁଥିବା ବେଳେ ଦ୍ରୁତ ବୋଲରଙ୍କୁ ସହାୟତା ଯୋଗାଉଥିବା ପିଚ୍‌ରେ ସାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଉଛିି। ତେବେ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଭାରତୀୟ ଦଳର ଭାରସାମ୍ୟ ରକ୍ଷା କରିବା କିଛିଟା କଷ୍ଟକର ହୋଇପଡ଼ିଛି। ଅଲରାଉଣ୍ଡର ହାର୍ଦିକଙ୍କ ସ୍ଥାନ ପୂରଣ କରିବାକୁ ଦଳରେ ଜଣେ ବ୍ୟାଟସମ୍ୟାନ୍‌ ଓ ଜଣେ ବୋଲରଙ୍କୁ ସାମିଲ କରାଯାଉଛି।
ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ସ୍ପିନରଙ୍କୁ ସହାୟତା ଯୋଗାଉଥିବା ପିଚ୍‌ରେ ଖେଳାଯିବାକୁ ଥିବାରୁ ସେହି ମ୍ୟାଚ୍‌ରେ ଅଶ୍ବିନଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଏପରି ହେଲେ ଭାରତ ଦୁଇଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଦ୍ରୁତ ବୋଲର ଭାବେ ବୁମରା ଖେଳିବା ନିଶ୍ଚିତ ଥିବା ବେଳେ ସିରାଜ ଓ ସାମିଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ସାମି ଗତ ମ୍ୟାଚ୍‌ରେ ୫ଟି ୱିକେଟ୍‌ ହାସଲ କରିଥିବାରୁ ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସୁଯୋଗ ପାଇବାର ଅଧିକ ସମ୍ଭାବନା ରହିଛି। ତେବେ ଯଦି କୌଣସି ବୋଲର ଖରାପ ପ୍ରଦର୍ଶନ କରନ୍ତି ତେବେ ଭାରତ ନିକଟରେ ୬ଷ୍ଠ ବୋଲର ଭାବେ କେହି ନାହାନ୍ତି, ଯାହାକି ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି। ୬ଷ୍ଠ ବୋଲରର ଆବଶ୍ୟକତା ପୂରଣ କରିବାକୁ ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲିଙ୍କ ଆଡକୁ ଢଳିଛି ମ୍ୟାନେଜମେଣ୍ଟ। କୋହଲି ଏବଂ ଓପନର୍‌ ଶୁବମାନ ଗିଲ୍‌ ନେଟ୍‌ସରେ ବେଶ୍‌ କିଛିସମୟ ବୋଲିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ​‌େ​‌କାହଲି ଓ ଗିଲ୍‌ ଯଦି ମ୍ୟାଚ୍‌ରେ ୭/୮ ଓଭର ବୋଲିଂ କରନ୍ତି ତେବେ ଭାରତୀୟ ଦଳ ଉପରୁ ଚାପ କମିବ ବୋଲି କ୍ରିକେଟ୍‌ ବିଶେଷଜ୍ଞମାନେ କହିଛନ୍ତି। ସବୁ ମ୍ୟାଚ୍‌ରେ ହାର୍ଦିକ​‌ ଖେଳିବା ସମ୍ଭବପର ହୋଇନଥିବାରୁ ତାଙ୍କ ବିକଳ୍ପ ଭାବେ କିଏ ବୋଲିଂ କରିବ ସେଥିପ୍ରତି ଧ୍ୟାନ ଦେବା ସମୟ ଆସି ଯାଇଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories