BJD Bijuli 480×75 Mob

ରଶ୍ମିରଞ୍ଜନ ସ୍ବାଇଁ ଜାମ୍ମୁ-କାଶ୍ମୀରର ଭାରପ୍ରାପ୍ତ ଡିଜିପି

BJD Bijuli 480×75 Mob

ନୂଆଦିଲ୍ଲୀ : ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଫିସର ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଜାମ୍ମୁ-କାଶ୍ମୀରର ପୁଲିସ ମହାନିର୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନଭେମ୍ବର ୧ରୁ ସେ ଭାରପ୍ରାପ୍ତ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବେ। ସମ୍ପ୍ରତି ଜାମ୍ମୁ-କାଶ୍ମୀର ଡିଜିପି ଥିବା ଦିଲ୍‌ବାଗ ସିଂହ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବା ପରେ ତାଙ୍କ ଠାରୁ ଶ୍ରୀ ସ୍ବାଇଁ ଦାୟିତ୍ବ ଗ୍ରହଣ କରିବେ। ଶ୍ରୀ ସ୍ବାଇଁ ଏବେ ଜାମ୍ମୁ-କାଶ୍ମୀର ପୁଲିସର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୧ ବ୍ୟାଚ୍‌ ଏଜିଏମୟୁଟି କ୍ୟାଡର ଆଇପିଏସ୍ ଶ୍ରୀ ସ୍ବାଇଁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଡିଜିପି ଭାବେ ଦାୟିତ୍ବ ନିର୍ବାହ କରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଶ୍ରୀ ସ୍ବାଇଁ ଜାମ୍ମୁ-କାଶ୍ମୀରରେ ୧୫ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି। ସେ ରାମବାନ, ପୁଞ୍ଚ ଓ ଲେହ ଜିଲାର ଏସଏସପି ଭାବେ କାର୍ଯ୍ୟ କରିଛନ୍ତି।

Comments are closed.