www.samajalive.in
Sunday, December 14, 2025
19.1 C
Bhubaneswar

କେନାଲରୁ ମୃତଦେହ ଉଦ୍ଧାର

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ସମାଟାଙ୍ଗୀ ନିକଟବର୍ତ୍ତୀ କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ମଞ୍ଜକଣ ଗ୍ରାମର ଛକଡି ବିଶୋଇ। ସେ ଗତକାଲି ମଧ୍ୟାହ୍ନ ସମୟରେ ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲର ଭଏରିପୁର ଶାଖା କେନାଲକୁ ଏକାକି ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ କେନାଲରେ ବୁଡିଯାଇଥିବା ସନ୍ଦେହ କରାଯାଉଛି। ଛକଡିଙ୍କ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ କେନାଲ ନିକଟରେ ପହଞ୍ଚି ବହୁ ଖୋଜାଖୋଜି କରି ପାଇନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ସେହି କେନାଲରେ ଭାସୁଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories