www.samajalive.in
Monday, December 8, 2025
27.1 C
Bhubaneswar

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଜଣେ ଗିରଫ

କଲମପୁର : ସାମାନ୍ୟ ବଚସାକୁ ନେଇ ଜଣେ ଯୁବକକୁ ଅନ୍ୟ ଜଣେ ଯୁବକ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିବା ଘଟଣାର ଅଭିଯୁକ୍ତକୁ କଲମପୁର ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ ବିଜମରା ଗ୍ରାମରେ ଗତ ୨୧ ତାରିଖ ଦିନ ସାମାନ୍ୟ ବଚସାକୁ ନେଇ ନବୀନ ପରାଭୋଇ ନାମକ ଜନୈକ ଯୁବକ ମୁକ୍ତେଶ୍ୱର ନାଏକ ନାମକ ଅନ୍ୟ ଜଣେ ଯୁବକକୁ ଏକ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ମୁକ୍ତେଶ୍ୱରର ମୁଣ୍ଡ ଫାଟି ଯାଇଥିଲା। ଏଥିରେ ଗୁରୁତର ମୁକ୍ତେଶ୍ୱରକୁ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଜୟପାଟଣା ଓ ପରବର୍ତ୍ତି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।

- Advertisement -

ଏନେଇ ମୁକ୍ତେଶ୍ୱରର ବଡ ଭାଇ କ୍ଷେତ୍ର ମୋହନ ନାଏକ କୁଟୃ ପୁଲିସ ଫାଣ୍ଡି ସମେତ କଲମପୁର ପୁଲିସ ଥାନାର ଦ୍ୱାରସ୍ତ ହେଇଥିଲେ। କ୍ଷେତ୍ର ମୋହନଙ୍କ ଏତଲାକୁ ଭିତି କରି କଲମପୁର ପୁଲିସ ଥାନା କେସନଂ ୧୦୫ /୨୦୨୩ ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଶୁକ୍ରବାର ଅଭିଯୁକ୍ତ ନବୀନ ପରାଭୋଇକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ତଦନ୍ତ କୁଟୃ ପୁଲିସ ପାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତିଙ୍କୁ ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories