www.samajalive.in
Sunday, December 14, 2025
16.1 C
Bhubaneswar

ଅବସରପ୍ରାପ୍ତ ୮ ଭାରତୀୟ ନୌବାହିନୀ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ

କାତାର/ନୂଆଦିଲ୍ଲୀ : ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଭାରତର ୮ ପୂର୍ବତନ ନୌବାହିନୀ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି କାତାର। ଏକଦା ନୌବାହିନୀର ଯୁଦ୍ଧଜାହାଜର କମାଣ୍ଡର ଭାବେ ଅଧିଷ୍ଠିତ ଏହି ଅଧିକାରୀମାନେ କାତାରସ୍ଥିତ ଏକ ଘରୋଇ ସଂସ୍ଥା ‘ଦାହରା ଟେକ୍‌ନୋଲଜିସ୍‌ ଆଣ୍ଡ କନ୍‌ସଲ୍‌ଷ୍ଟାନ୍ସି ସର୍ଭିସେସ୍‌’ରେ ଗତ ୪ରୁ ୬ ବର୍ଷ ଧରି କାର୍ଯ୍ୟରତ ଥିଲେ। ଏହି ସଂସ୍ଥା କାତାରର କାତାରୀ ଏମିରୀ ନାଭାଲ ଫୋର୍ସକୁ ତାଲିମ ଓ ଅନ୍ୟାନ୍ୟ ସେବା ଯୋଗାଇଥାଏ। ଏହାର ମାଲିକ ଜଣେ ଓମାନ୍‌ ବ୍ୟବସାୟୀ ତଥା ରୟାଲ ଓମାନି ଏୟାର ଫୋର୍ସର ଅବସରପ୍ରାପ୍ତ ସ୍କ୍ବାଡ୍ରନ୍‌ ଲିଡର। ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲେ ମଧ୍ୟ ଗତ ନଭେମ୍ବରରେ ଛାଡ଼ି ଦିଆଯାଇଛି। ଫାଶୀ ଦଣ୍ଡାଦେଶ ପାଇଥିବା ଅଧିକାରୀମାନେ ହେଉଛନ୍ତି କ୍ୟାପଟେନ୍‌ ନବତେଜ ସିଂହ ଗିଲ୍‌, କ୍ୟାପଟେନ୍‌ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍‌ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂ​‌େ​‌ର୍ଣ୍ଣନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକର ପାକଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ। କାତାରର ନିମ୍ନ ଅଦାଲତ ଗୁରୁବାର ଏହି ରାୟ ପ୍ରକାଶ କରିଛି। ବୁଡ଼ା ଜାହାଜ ପ୍ରକଳ୍ପ ସମ୍ପର୍କରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ୨୦୨୨ ଅଗଷ୍ଟ ୩୦ରେ ଦୋହାରୁ ଗିରଫ କରାଯିବା ପରଠାରୁ ସେମାନେ କାତାର ଜେଲ୍‌ରେ ଅଛନ୍ତି। ସେମାନଙ୍କର ଏକାଧିକ ଜାମିନ ଆବେଦନକୁ ଖାରଜ କରାଯିବା ପରେ ଗତ ମାର୍ଚ୍ଚ ୨୯ରୁ ବିଚାର ଆରମ୍ଭ ହୋଇଥିଲା। ଜୁନ୍‌ ୮ରେ ଗିରଫ ହୋଇଥିବା ଜଣେ ଅଧିକାରୀଙ୍କ ଭଉଣୀ ମିତୁ ଭାର୍ଗବ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାମଲାରେ ହସ୍ତକ୍ଷେପ ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ସେ ମଧ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଘଟଣା ନେଇ ଭାରତ ସରକାର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି ବିଚାର ପ୍ରକ୍ରିୟା ନେଇ ଭାରତ ଖୁବ୍‌ ବ୍ୟଥିତ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କାତାର ଅଦାଲତର ପୂର୍ଣ୍ଣାଙ୍ଗ ରାୟକୁ ଅପେକ୍ଷା କରାଯାଇଛି; ଏହା ବିରୋଧରେ ଭାରତ ସରକାର ଆଇନଗତ ପଦକ୍ଷେପ ନେବେ। ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଅଧିକାରୀମାନଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି ଏବଂ ଆଇନ ବିଶାରଦଙ୍କ ସହ ପରାମର୍ଶ ଚାଲିଛି ବୋଲି ମନ୍ତ୍ରଣାଳୟ କହିଛି। ସେମାନଙ୍କୁ କୂଟନୈତିକ ଯୋଗାଯୋଗ ସହ ସମସ୍ତ ଆଇନଗତ ସହାୟତା ଯୋଗାଇ ଦିଆଯିବ। କାତାର ଅଧିକାରୀଙ୍କ ସହ ଏ ନେଇ ଆଲୋଚନା ଆରମ୍ଭ ହୋଇଥିବା ମଧ୍ୟ ସ୍ପଷ୍ଟ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories