କଲମପୁର: ସାପ ଧରିବା ଏକ ନିଶା। କିନ୍ତୁ ସେହି ସାପ ଧରିବା ଆଜି ମହଙ୍ଗା ପଡ଼ିଛି। ନାଗ ସାପ ଦଂଶନରେ ଜଣେ ସାପ ଧରାଳୀ ଗୁରୁତର ହେବା ଭଳି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁସାରେ, ରେଙ୍ଗାଲପାଲି ଗ୍ରାମର ହରି ପଟେଲ ଅଂଚଳର ଜଣେ ଜଣାଶୁଣା ସାପ ଧରାଳୀ। ଯେଉଁଠି ଯେକୌଣସି ସାପ ଦେଖାଦେଲେ ଖୋଜା ପଡନ୍ତି ହରି ପଟେଲ। ହରି ଘଟଣା ସ୍ଥଳରେ ପହଞ୍ଚି ନିଜ ଶୈଳୀରେ ସାପକୁ ଆୟତ୍ତ କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥାନ୍ତି। କିନ୍ତ ଆଜି ସେହି ସାପ ଧରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁବାର ସକାଳେ ଏକ ବିରାଟକାୟ ନାଗ ସାପକୁ ସେ ଧରିଥିଲେ। ଏହାସହ ସାପଟିକୁ ଏକ ମୁଣାରେ ଭର୍ତ୍ତି କରି ନିଜ ବାଇକରେ ରଖିବା ବେଳେ ହରିଙ୍କ ଅସାବଧାନତାବସତଃ ସେହି ସାପଟି ତାଙ୍କ ହାତ ଆଙ୍ଗୁଳିକୁ ଦଂଶନ କରିଥିଲା। ହରି ନାଗ ସାପ ଦଂଶନରେ ଗୁରୁତର ହୋଇଥିଲେ। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି।



