www.samajalive.in
Saturday, December 13, 2025
21.1 C
Bhubaneswar

୮ ନୂଆ ଭୂତାଣୁ ଆବିଷ୍କାର କଲେ ଚୀନ ବୈଜ୍ଞାନିକ; ସଂକ୍ରମିତ ହୋଇପାରେ ମଣିଷ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ସାରା ବିଶ୍ୱରେ ବ୍ୟାପକ ଧ୍ବଂସ ତଥା ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ବିଷୟରେ କୁହାଯାଏ ଯେ, ଏହା ଚୀନ୍‌ରୁ ବ୍ୟାପିଛି। ୱୁହାନର ଏକ ଲ୍ୟାବରୁ ଏହାର ଉତ୍ପତି ନେଇ ଅନେକ ମତ ଆସିଛି। ଏପର୍ଯ୍ୟନ୍ତ କରୋନାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇପାରି ନଥିବା ବେଳେ ଇତି ମଧ୍ୟରେ ଆଠଟି ନୂଆ ଭାଇରସ ସାମ୍ନାକୁ ଆସିଛି।

ଚୀନ୍‌ର ଏକ ବୈଜ୍ଞାନିକ ଦଳ ଏକ ଦ୍ୱୀପରେ ୮ଟି ନୂଆ ଭୂତାଣୁ ଆବିଷ୍କାର କରିଛନ୍ତି ଏବଂ ଏହା ମଣିଷଙ୍କୁ ସଂକ୍ରମିତ ହୋଇପାରେ ବୋଲି ସେମାନଙ୍କ ଭୟ ରହିଛି। ମହାମାରୀ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଚୀନ୍‌ର ହୈନାନ ଦ୍ୱୀପରୁ ୭୦୦ ନମୁନା ସଂଗ୍ରହ କରିଥିଲେ। ଏହାପରେ ଗବେଷଣା ସମୟରେ ସେମାନେ ଆଠଟି ନୂତନ ଭୂତାଣୁ ଚିହ୍ନଟ କରିଥିଲେ, ସେଥିମଧ୍ୟରୁ ଗୋଟିଏ କରୋନା ଭୂତାଣୁ ସମାନ ବର୍ଗର ଥିଲା।

- Advertisement -

ଅଧ୍ୟୟନରେ ୨୦୧୭ ରୁ ୨୦୨୧ ଚାରି ବର୍ଷ ମଧ୍ୟରେ ଦ୍ୱୀପରେ ଧରାଯାଇଥିବା ବିଭିନ୍ନ ମୂଷାଙ୍କ ମଳଦ୍ୱାର ଏବଂ ଗଳାରୁ ନିଆଯାଇଥିବା ୬୮୨ ନମୁନା ସଂଗ୍ରହ କରାଯାଇଥିଲା। ପରେ ଏହି ନମୁନାଗୁଡିକ ପରୀକ୍ଷାଗାରକୁ ପଠାଯାଇ ପରୀକ୍ଷା କରାଯାଇଥିଲା। ଗବେଷଣାରୁ ଅନେକ ନୂତନ ତଥା ପୂର୍ବରୁ ଦେଖାଯାଇ ନ ଥିବା ଭୂତାଣୁ ସାମ୍ନାକୁ ଆସିଥିଲେ। ଏଥିମଧ୍ୟରୁ ଗୋଟିଏ ହେଉଛି ନୂଆ କରୋନା ଭୂତାଣୁ, ଯାହାକୁ ବର୍ତ୍ତମାନ CoV-HMU-1 ନାଁ ଦିଆଯାଇଛି। ଏହାବ୍ୟତୀତ ଏଥି ମଧ୍ୟରେ ଆହୁରି ଅନେକ ବିପଜ୍ଜନକ ଭୂତାଣୁ ରହିଛନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories