ଠିକାଦାର ହତ୍ୟାକାଣ୍ଡ ମାମଲା ; ୨ ଆଇଆରବି କନେଷ୍ଟେବଳଙ୍କ ସମେତ ୩ଗିରଫ
ଗୁଣପୁର : ମାତ୍ର ୩୫ ହଜାର ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ଠିକାଦାର ଅଶୋକ କୁମାର ବରାଡ଼ଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଆଇଆରବି କନେଷ୍ଟେବଳଙ୍କ ସମେତ ୩ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ମୃତ ଠିକାଦାର ଅଶୋକଙ୍କ ପୁଅ ଲକେଶ ବରାଡ଼ଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତ ଦୁଇ ଆଇଆରବି କନେଷ୍ଟେବଳ ଏମ. ଚିନାବାବୁ ଓ ଗୋପୀନାଥ କୌଶଲ୍ୟାଙ୍କ ସମେତ ନରେନ୍ଦ୍ର ମହାନ୍ତି ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି । ଏଥିସହ ଏକ କାରକୁ ଜବତ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି ।
ପୁଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ କାହିଁକି ଟଙ୍କା ବାକି ରହିଥିଲା ଏବଂ କେଉଁ ପରିସ୍ଥିତିରେ ଅଶୋକଙ୍କୁ ହତ୍ୟା କରାଯାଇଥିଲେ ତାର ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଗତ ୨୧ତାରିଖରେ ପାରଳାଖେମୁଣ୍ଡି କଟିକା ସାହିର ଠିକାଦାର ଅଶୋକ ବରାଡ଼ଙ୍କ ପୁଅ ଲକେଶ ପାଖକୁ ଫୋନ କରି ୩୫ ହଜାର ଟଙ୍କା କରଜ ନେଇଥିବା ନେଇ ଜଣେ ବ୍ୟକ୍ତି ଜଣାଇଥିଲେ। ଏଥିପାଇଁ ତାଙ୍କୁ ବନ୍ଧକ ରଖାଯାଇଥିବା ଏବଂ ଟଙ୍କା ଧରି ତୁରନ୍ତ କାଶୀନଗର ଆସିବାକୁ ନିର୍ଦେଶ ଦେଇଥିଲେ। ପୁଅ ଲକେଶ ଟଙ୍କା ନେଇ କାଶୀନଗରରେ ପହଞ୍ଚି ବନ୍ଧକ ରଖିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ବାପା ଅଶୋକଙ୍କ ସହ ସେମାନେ ଗୁଣପୁର ଯାଇ ଥିବା ଜଣାଇଥିଲେ । ସେଠାରୁ ପୁଅ ଲୋକେଶ ଗୁଣପୁରରେ ପହଞ୍ଚିବା ପରେ ଯୋଗାଯୋଗ କରିବାରୁ ଡାକ୍ତରଖାନାକୁ ଯିବାକୁ କହିଥିଲେ । ପୁଅ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଅନୁସନ୍ଧାନ କରିବାରୁ ବାପା ଅଶୋକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କୁ କିଏ ଡାକ୍ତରଖାନାରେ ପହଞ୍ଚାଥିଲେ କିଛି ସ୍ପଷ୍ଟ ହୋଇ ପରିନାହିଁ । ଏ ସମ୍ପର୍କରେ ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲେ । ଅପର ପକ୍ଷରେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ହତ୍ୟାକାଣ୍ଡ ଘଟଣା ସ୍ପଷ୍ଟ ହେବ।
Comments are closed.