www.samajalive.in
Sunday, December 14, 2025
19.1 C
Bhubaneswar

ଥଣ୍ଡାପାଗରେ ଲୁଣ ଓ ଚିନି କମ୍ ମାତ୍ରାରେ ସେବନ କରନ୍ତୁ

ଥଣ୍ଡାପାଗରେ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଏହି ସମୟରେ ଥଣ୍ଡା କାଶ ଆଦି ହେବାର ଆଶଙ୍କା ଥାଏ। ତେଣୁ ଥଣ୍ଡା ପାଗରେ ଖାଦ୍ୟ-ପାନୀୟ ପ୍ରତି ସଚେତନ ରହିବାକୁ ପଡିଥାଏ। ତେବେ ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବା ଉଚିତ୍ ଓ ଅନୁଚିତ୍ ସେ ବିଷୟରେ ଆସନ୍ତୁ ଜାଣିବା।

ବିବାହ ଆଦି ଉତ୍ସବରେ ଅନେକ ଲୋକ କିଛି ନଭାବି ବହୁତ କିଛି ଖାଦ୍ୟ ଖାଇଥାନ୍ତି। ସେଥିରେ ଅଧିକ ମାତ୍ରାରେ ତେଲ ରହିଥିବାରୁ ତାହା ଶରୀର ପାଇଁ ଉପଯୋଗୀ ନୁହେଁ। ତେଣୁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ।

- Advertisement -

ଥଣ୍ଡାପାଗରେ ଭୋକ ଅଧିକ ମାତ୍ରାରେ ବଢିଯାଇଥାଏ। ତେଣୁ ଓଭର ଡାଇଟିଙ୍ଗ କରନ୍ତୁ ନାହିଁ।

ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ବାରା ଶରୀରର ଓଜନ ବୃଦ୍ଧି ହେବା ସହ ଆପଣ ମୋଟା ହୋଇ ପାରନ୍ତି।

ଥଣ୍ଡାପାଗରେ ଲୁଣ ଓ ଚିନି କମ୍ ମାତ୍ରାରେ ସେବନ କରନ୍ତୁ। ଚା’ ଓ କଫି ବାରମ୍ବାର ପିଅନ୍ତୁ ନାହିଁ।
ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ପୁରୀ ବା ପରଠା ଖାଇବାକୁ ଯଦି ଇଚ୍ଛା ହେଉଛି ତେବେ ଦିନରେ ଖାଆନ୍ତୁ। ରାତିରେ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

ଥଣ୍ଡା ପାଗରେ ଆଳସ୍ୟ କାରଣରୁ କିଛି ଲୋକ ଦୁଇ ଓଳିର ଖାଦ୍ୟ ଗୋଟିଏ ସମୟରେ କରି ରଖି ଦିଅନ୍ତି। କିନ୍ତୁ ଏପରି କରିବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ।

ଥଣ୍ଡାପାଗରେ ପତ୍ରଜନିତ ପରିବା, ଗାଜର, ମୂଳା ଆଦି ଅଧିକରୁ ଅଧିକ ସେବନ କରନ୍ତୁ।

ଏହି ସମୟରେ ଡ୍ରାଏ ଫ୍ରୁଟ୍ସ ସେବନ କରିବା ଅମୃତ ସମାନ ହୋଇଥାଏ। ବାଦାମ, କାଜୁ, ଅଖରୋଟ୍, କିସମିସ ଆଦି ଖାଇବା ଦ୍ବାରା ଥଣ୍ଡା ଶର୍ଦ୍ଦି ହୋଇନଥାଏ।

ଯଦି ମିଠା ଖାଇବାକୁ ଚାହୁଁଛନ୍ତି ତେବେ ଗାଜର ଖିରୀ ଏବଂ ଖଜୁରୀ ଖିରୀ ଖାଇ ପାରିବେ। କାରଣ ଏଥିରେ ପ୍ରାକୃତିକ ମିଠା ଥାଏ ଯାହା ଶରୀର ପାଇଁ କମ୍ କ୍ଷତିକାରକ।

ଥଣ୍ଡା ପାଗରେ ଲୋକେ ପରଟା ଖାଇାବକୁ ଅଧିକ ପସନ୍ଦ କରନ୍ତି। ତେଣୁ ମେଥୀ ଶାଗ, ବଥୁଆ ଶାଗ, ପାଳଙ୍ଗ ଶାଗ, ମୂଳା, ଗାଜର, ବିଟ୍ ଆଦିରେ ପରଟା ପ୍ରସ୍ତୁତ କରି ଖାଇ ପାରିବେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories